STORYMIRROR

Jagannath Barik

Abstract

3  

Jagannath Barik

Abstract

ଦେଖ ସହୀ ତିନୋଟି ରଥ

ଦେଖ ସହୀ ତିନୋଟି ରଥ

1 min
329

ଦେଖ ସହୀ ତିନୋଟି ରଥ

ବଡ଼ଦାଣ୍ଡେ ଶୋଭା ପାଏ ଯେମନ୍ତ

ବିଜେ ଚାରି ଦିଅଁ ଶୁଭେ ଗହ ଗହ

ଜମିଲେଣି ଲକ୍ଷ ଲକ୍ଷ ଭକତ

ଦେଖ ସହୀ ତିନୋଟି ରଥ ।।


ବଡ଼ଭାଇ ଜଗତସାଇଁ

ତାଳଧ୍ଵଜ ରଥ ଆରୋହୀ

ସୁଦର୍ଶନ ସଙ୍ଗେ  ସୁଭଦ୍ରା ବରାଙ୍ଗେ

ଦେବଦଳନରେ ହୋଇ ସଜ୍ଜିତ

ଦେଖ ସହୀ ତିନୋଟି ରଥ ।।


ପଛେ ଆସେ କାଳିଆ ରଜା

ନନ୍ଦିଘୋଷ ହୋଇଛି ସଜ୍ଜା

ଗଜପତି ଛେରା ପହଁରାନ୍ତେ ପରା

ରଥର ଦଉଡ଼ି ଟଣା ହେଵତ

ଦେଖ ସହୀ ତିନୋଟି ରଥ ।।


ବାଜେ ଘଣ୍ଟ ଘଣ୍ଟା କାହାଳୀ

ବଡ଼ଦାଣ୍ଡ ପଡ଼େ ଉଛୁଳି

ମହ ମହ ବାସି  ଚନ୍ଦନ ତୁଳସୀ 

ଧୂପ ଦୀପ ଝୁଣା ନଇବେଦ୍ୟ ତ

ଦେଖ ସହୀ ତିନୋଟି ରଥ ।।


କାଳିଆର ଦର୍ଶନ ପାଇଁ

ଦେବ ଦେବୀଛନ୍ତି ଅନାଇ

ରଥରେ ବାମନ କଲେ ଵିଲୋକନ

ପୁନର୍ଜନ୍ମ ଆଉ ହେବ ନାହିଁତ

ଦେଖ ସହୀ ତିନୋଟି ରଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract