ସନ୍ୟାସ ଏକ ସମ୍ଭାବନା
ସନ୍ୟାସ ଏକ ସମ୍ଭାବନା


ବୀତସ୍ପୃହ ବିତୃଷ୍ଣା ଏ ଜୀବନର ଅନ୍ତଃ ଭାବ
ଦୟନୀୟ ଦରଦରେ ନିତି କାନ୍ଦେ ସ୍ୱଭାବ
ଯନ୍ତ୍ରଣା ଦିଏ କ୍ଷଣକ୍ଷଣ ମିଛର ଯେତେ ଆଶ୍ୱାସନା
ମୃତ୍ୟୁର ଅଧିକାର ନାହିଁ ସନ୍ନ୍ୟାସ ଏକ ସମ୍ଭାବନା,
ଶବ୍ଦରେ ମୋ' ହସେ ଦୁନିଆ ସତେ କି ମୁଁ ବିକୃତ
ହୃଦ-ମନ ଗୁମୁରି କାନ୍ଦେ ବିବେକଟା ଦଗ୍ଧୀଭୁତ
ନାସ୍ତିକ ଟେ ପ୍ରଭୁ ମୁଁ ଯେ ନାହିଁ ମୋର ଉପାସନା
ତଥାପି ଭିତରୁ ଆତ୍ମା କହେ ସନ୍ୟାସୀ ଏକ ସମ୍ଭାବନା,
ସବୁ ମୋହ ସବୁ ମାୟା ଉପଦେଶ ତୋତେ ବାନ୍ଧିବ
ତୋତେ ନା ମାରିବ ନା ବଞ୍ଚିବାକୁ କେବେ ଦେବ
ରକ୍ତ ଅବା ଯେତେ ସମ୍ପର୍କ ସବୁ ତୁଚ୍ଛ ମିଛ ଗହଣା
ନିଃଶ୍ୱାସ ତୁମ ହାତରେ ପ୍ରଭୁ ଦିଅ ସନ୍ୟାସର ସମ୍ଭାବନା,
ମୁରୁଖଟେ ପ୍ରଭୁ ହେ ମୁଁ ଶୂନ୍ୟ ଶୂନ୍ୟ ଭିତରଟା ମୋର
ଶକ୍ତି ସାହସ ଦିଅ ସ୍ୱଳ୍ପ କଣ୍ଟାପଥ ଏକାକୀ ଚାଲିବାର
କର୍ତ୍ତବ୍ୟର ଜାଲେ ସଭିଏଁ ଅଟକାଇବେ ମୋତେ ଜଣା ବାରବାର ଆତ୍ମା କହେ ମୋ' ସନ୍ୟାସୀ ଏକ ସମ୍ଭାବନା