Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sudeshna Pradhan

Abstract

3  

Sudeshna Pradhan

Abstract

ମୂଲ୍ୟବାନ ଜୀବନ

ମୂଲ୍ୟବାନ ଜୀବନ

1 min
350


 

ସୂର୍ଯ୍ୟର କିରଣ, ଚନ୍ଦ୍ରର ଚାନ୍ଦିନୀ

ନଦୀ ର ମର୍ମର, ପ୍ରପାତ ରାଗିଣୀ 

ସାଗର ଲହରୀ, ପକ୍ଷୀଙ୍କ କାକଳୀ 

ଜୀବନେ ଆନନ୍ଦ ହେବନାହିଁ କଳି! l


'ପୋଦିନା' ନିମ୍ବ' ଓ 'ଇଉକାଲିପ୍ଟସ' 

'ପେୟ', 'ଲେପ' ଏବଂ 'ଆଘ୍ରାଣେ' ସରସ 

'ଲଭେଣ୍ଡର' 'ରୋଜମେରୀ' 'କାମୋମିଲ' 

ମନ ଓ ପ୍ରାଣ ହସିବେ ଖିଲିଖିଲ l


ମନେଇଁ ନିଅ 'ଜିଭ'କୁ ବାରି ସ୍ୱାଦ 

"ସ୍ୱାସ୍ଥ୍ୟ ହିତେ' କରିବନି ପ୍ରତିବାଦ 

'ଧଳା ଶର୍କରା' ଓ ଚିନି ଠାରୁ ଦୂର 

ମନ ଦୃଢ଼ ହେଲେ, ଲଙ୍ଘିଵ ପ୍ରାଚୀର l


ମୁକ୍ତ ଆକାଶରେ ତାରା ନିରୀକ୍ଷଣ

ଉପଭୋଗ କର 'ସମୀର' ଚୁମ୍ବନ

ଅନୁଭବ କର ବର୍ଷା ଆଲିଙ୍ଗନ

ମିଳିବ ଖୁସିର 'ଅ-ସରା ପ୍ଲାବନ' l


ନଗ୍ନ ପାଦେ କର ଭୂମି ପ୍ରଦକ୍ଷିଣ

ସ୍ପର୍ଶ କର ଯେତେ ଲତା-ଗୁଳ୍ମ-ତୃଣ

ମିଳିବ ଯେବେ ବି 'ଶିଶିର' ପରଶ

ଉଲ୍ଲସିତ ହେବ ଶରୀର ଅବଶ୍ୟ! l


ଶୁଣିପାର ଯଦି 'ଅନ୍ତରର ସ୍ୱର'

ଧ୍ୟାନ ଦେଇ ଶୁଣ ତାହା ବାରମ୍ବାର

ଜଗତକୁ ଦେଖ 'ସ୍ଫୁରିତ ନୟନେ'

'ଫୁର୍ତ୍ତିଲା ଧୀ-ଶକ୍ତି' କାର୍ଯ୍ୟ ସମାପନେ l


'କୁଦ' 'ନାଚ' 'ଗାଅ' ଯାହା ପ୍ରୀତିକର 

ଅପାର ଆନନ୍ଦେ ହୋଇଯା' ବିଭୋର

ଭଲପାଇବା ହିଁ 'ସୁନ୍ଦର ଶାଶ୍ୱତ'

ରୋଗ 'ଉପଚାର' 'ନିଦାନ' ସତତ l


'ଏଇ ଜୀବନ'ରେ ଏଇ ତ 'ମୁହୂର୍ତ୍ତ' 

'ଗତାଗତ' ଭ୍ରମ, 'ଏଇ କ୍ଷଣ' ସତ୍ୟ 

ଏହାହିଁ ମଧୁର ଜୀବନର ଗୀତ 

'ବିପଦେ ଆପଦେ' ଅଟେ 'ଦେବଦୂତ' l


Rate this content
Log in