STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ତୁ ନିଦୁଆ ରାତି

ତୁ ନିଦୁଆ ରାତି

1 min
50


ମୁଁ ବିନାଶିତ ସ୍ବପ୍ନ 

ତୁ ନିଦୁଆ ରାତି

ମୁଁ ନିରିମାଖୀ ହସ 

ତୁ ବିନ୍ୟସ୍ତ ପ୍ରୀତି ।।


ମୁଁ ଅନାବିଳ ସ୍ନେହ

ତୁ ତପ୍ତ ବେଦନା

ମୁଁ ଅସରନ୍ତି କଳ୍ପ

ତୁ ଭଗ୍ନ ଭାବନା ।।


ମୁଁ ଶୁଷ୍କ ନଦୀ ତୀର

ତୁ ଭରା ସରସୀ

ମୁଁ ସ୍ବତ୍ବ ସୀମାରେଖା

ତୁ ସ୍ନିଗ୍ଧ ପ୍ରେୟସୀ ।।

ମୁଁ ନାମତଃ ଲେଖକ

ତୁ ଆପ୍ତ ନାୟିକା

ମୁଁ ଜୈତ୍ର ସୌଦାଗର

ତୁ ଅଭି ସାରିକା ।।

ମୁଁ ମଳୟ ପବନ

ତୁ କୋଇଲି ତାନ

ମୁଁ କାଉଁରୀ କଳ୍ପନା

ତୁ ଉଆଁସୀ ଜହ୍ନ ।।

ମୁଁ ନିମିଳିତ ଚକ୍ଷୁ

ତୁ ରଶ୍ମି ପରସ

ମୁଁ ସ୍ଥିର ପ୍ରତିବିମ୍ବ

ତୁ ଦୀର୍ଣ୍ଣ ଆୟୂଷ ।।

ମୁଁ ଅମାବାସ୍ୟା ରାତି

ତୁ ପାହନ୍ତି ତାରା

ମୁଁ ନିଦାଘର ମରୁ

ତୁ ଶ୍ରାବଣ ଧାରା ।।

ମୁଁ ମିଛ ଅଭିମାନ

ତୁ ଅଭୂଲା ସ୍ମୃତି

ମୁଁ ପ୍ରବୁଦ୍ଧ ଚେତନା

ତୁ ପ୍ରତପ୍ତ ସାଥୀ ।।

ମୁଁ ଶାନ୍ତ ବେଳାଭୂମି

ତୂ ଲହରୀ ମାଳ

ମୁଁ ଫିକା ବାଲିଘର

ତୁ ଦ୍ବୈତ ମଞ୍ଜିଳ ।।

ମୁଁ ଉଜାଗର ରାତି

ତୁ ଦୀପ୍ତ ସକାଳ

ମୁଁ ପ୍ରଚୋଦିତ ପ୍ରଜ୍ଞା

ତୁ ପଦ୍ମ ମୃଣାଳ ।।

( ଶବ୍ଦାର୍ଥ : ବିନ୍ୟସ୍ତ -ସଜ୍ଜିତ/ସ୍ଥାପିତ, କଳ୍ପ-କଳ୍ପନା , ସ୍ୱତ୍ୱ-ସ୍ବତନ୍ତ୍ର, ଆପ୍ତ-ବିଶ୍ବସ୍ତ , ଜୈତ୍ର-ଜୟଶୀଳ, ଅଭି ସାରିକା- କଳ୍ପିତ ନାୟିକା, ଦୀର୍ଣ୍ଣ-ଖଣ୍ଡିତ/ବିଦାରିତ, ପ୍ରବୁଦ୍ଧ-ଜାଗରିତ, ପ୍ରତପ୍ତ- ଘୋଷଣା ହୋଇଥିବା, ଦ୍ବୈତ- ଦୁଇଗୁଣ, ମଞ୍ଜିଳ-କୋଠାଘର, )

   ✍ଅନିଲ କୁମାର ଲେଙ୍କା✍

ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ,

             ନୂଆପଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance