STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ତୁ ନାହୁଁ ବୋଲି

ତୁ ନାହୁଁ ବୋଲି

1 min
273

ଏ କୋଳାହଳ ମୟ ଦୁନିଆରେ

ସବୁବେଳେ ମୁଁ ନିସ୍ତବ୍ଦତା ଖୋଜେ

ଆଜି ହଜି ଯାଇଥିବା ଅତୀତ କୁ ଝୁରେ

ମୁଁ ଯେଉଁ ଘରେ ପlଦ ଦେଉ ଦେଉ

ତୋର ସେ ବଡ ପାଟି ରେ କହିବା

ପୁଣି ମୋତେ ସ୍ନେହରେ କୋଳେଇ ନେଇ

ଜୋର ଜବରଦସ୍ତ କରି ଖୁଏଇବା

ତୋର ସେ ବଡ଼ ପାଟି ରେ ଆକଟ କରିବା

ଆଜିବି ମନେପଡେ ଯେତେବେଳେ ମୁଁ

ସଭିଙ୍କ ଭିତରେ ତୋତେ ହିଁ ଖୋଜେ

ତୋ ଅନୁପସ୍ଥିତି କୁ ହୃଦୟଙ୍ଗମ କରେ

ତୋ ଶୂନ୍ୟସ୍ଥାନ କୁ ମନ ରେ ଭାବେ

ହେଲେ ଆଜି ସେ କୋଳାହଳ ଭିତରେ ବି

କୁଆଡେ ହଜିଗଲା ତୋ ସ୍ୱର

ଏତେ କୋଳାହଳ ଭିତରେ ବି

ମୁଁ ସ୍ତବ୍ଧ ହୋଇଯାଏ

ଭାବେ!ଏଠି ମୋ କିଏ ସେ ନିଜର

ତୁ ନାହୁଁ ବୋଲି ଆଜି ଯେମିତି ଘର ତା

ମୋ ପାଇଁ ହୋଇଗଲା ସାତପର

ହଜିଯାଇଛି ସେ ଶୂନ୍ୟତା ଭିତରେ

କୋଳାହଳ ରେ ବି ଖୋଜୁଛି ଏ ମନ

ସେ ହଜିଯାଇଥିବା ଆପଣା ର ଦିନ

ତୋର ସେ ହସ ହସ ମୁହଁ ଆଉ

ସ୍ନେହ ବୋଲା ହାତର ପରସ

ଆଜି ବି ଖୁବ ମନେପଡେ

ତୋର ସେ ଖିଲି ଖିଲି ହସ

ଯାହା ଆମ ଘର ପାଇଁ ଥିଲା

କେଉଁ ଦେବତା ଙ୍କ କ୍ଷିନିକ ଆଶିଷ

ଝରିଗଲୁ ଅଦିନରେ ସେଇ ମାଟିରେ

ଯେଉଁ ମାଟି କୁ ଦିନେ ତୁ ଖୁବ ଭଲ ପାଉଥିଲୁ

ତା ବାସ୍ନା ରେ ବିଭୋର ହେଉଥିଲୁ

ଜୀବନ ର ସବୁ ସୁଖ ତୁ ତୁଚ୍ଛ କରିଗଲୁ

ଆଜି ଏ କୋଳାହଳ ଭିତରେ ଯେମିତି

ସ୍ତବ୍ଧତାର ଗହଣା ରେ ବିନ୍ଧିନେଲୁ

ସବୁଦିନ ପାଇଁ ତୋ କଥା କୁହା ପାଟି

ଯେମିତି ବାକ ଶୂନ୍ୟ କରିଦେଲୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy