STORYMIRROR

ମିତା ପଟନାୟକ

Drama Tragedy

4  

ମିତା ପଟନାୟକ

Drama Tragedy

ତୁ ଚୀର କାଳେ ଏମିତି

ତୁ ଚୀର କାଳେ ଏମିତି

1 min
138

ଖୁବ ଯତ୍ନରେ ଗଢିଥିବା ଘର କାନ୍ଥ ବି

ବେଳେ ବେଳେ ଖୁବ ଜୋରରେ ହଲି ଯାଏ

ଘର ଅଗଣା ବାରି ଅମାର

ପଡ଼ିଯାଏ ଫାଟ ଯୋଖି ହେଇରହିଥିବା ସମ୍ପର୍କ

ଆଉ ଜୀବନର ତମାମ ସମତଳ ଭୂଇଁ ଛାତିରେ

ଖୁବ ଚିତ୍କାର କରୁଥିବା ମନ

ନୀରବତାର ନିଶୁନ ଅଗଣାରେ

ଆଗପଛ ହେଉ ହେଉ ହେଉ

କେତେବେଳେ କେଜାଣି ନିଜ ଠୁ ନିଜେ

ଅଲଗା ହେଇ ଶୂନଶାନ ରାସ୍ତାର ଏକାକୀ

ପଥିକ ସମ ବାଟ ଚାଲୁଥାଏ ବିନା ଵାକ୍ୟ ବିନିମୟରେ

ତୁ କାଳେ ନାରାୟଣୀ ଜଗତ ଜନନୀ

ଅଷ୍ଟଭୁଜା ସଙ୍କଟ ତାରିଣୀ ।


ହେଲେ ,

ଏବେ ତ କୁଢ଼ କୁଢ଼ ମଣିଷ ମୁଣ୍ଡ ତୋ ବେକରେ

ଓଲଟା ଲଟକି ହସୁଥାନ୍ତି

ଏଠି ସେଠି ଘଟୁଥିବା ଘଟଣାର କାରଣ ଖୋହଉ ଖୋଜୁ

ଦେହ ବିହୀନ ମୁଣ୍ଡ ହିଁ ସବୁ ନାଟର ସୂତ୍ରଧର

ଅଣ୍ଟି ନିଆଁ ଛାତିରେ ଲାଗେ

ମନ ଅଗଣାରେ ଜଳୁଥାଏ ପୁଳା ପୁଳା ଅତ୍ୟାଚାରୀ

ରାବଣର କିୟଦଂଶ

ନିତିଦିନିଆ ଜୀବନ ଘଷି ମାଜି ପୁଣି ଠିଆ ହେଉଥାଏ

ଜୀବନ ଆଗକୁ ପାଦ ବଢାଏ

ଘଟଣା ସବୁ ସାଧାରଣ ହୁଏ

ମୁଁରୁ ତୁ ଯାଏ

ଆଜିରୁ କାଲି ଏବେରୁ ଏବେ

ତୁ ଚୀର କାଳେ ଏମିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama