ତୁ ଅଝଟିଆ କାଳିଆ
ତୁ ଅଝଟିଆ କାଳିଆ
ମନେ ଅଛି ମୋହର
ମନେ ଭି ରହିବ, ସଦାସର୍ବଦା
କାଳେ ଭୁଲିଯିବି
ଲେଖାଥାଉ କିଛି ଶବ୍ଦ ମୋର
ଅଝଟିଆର ତ
ଅନେକ ସପନ
ଭାବ ବିନୋଦିନୀ ଭରା ମନ
ଟିଙ୍ଗା ବୋଲି
ଜାଣି ନଥିଲା ଏ ଅବୁଝା ମନ
ଏଣିକି ତା କଥା ଭଲକି ବୁଝିବି
ନୋହିଲେ ରାଗ, ରୋଷ ତାହାର ଅନେକ
ପଛକଥା ଭାବି
ନିଜକୁ ସମର୍ପି ଦେଇଛି ମୁହିଁ
କାହିଁକି ଭରଷା, କ୍ଷଣକ ପାଇଁ ହେଉ
ତୁଟାଇଲି ମୁହିଁ ।
ସେଥିପାଇଁ ବୋଧେ
ସିଏ ଅଭିମାନ କରିଛି
ରୂଷିଲା ମୁହଁକୁ
ବାଙ୍କ ମୁହାଁ ଦେଉଛି
ମୋ ଆଖି ଦେଖିଲା
ସେ ଶୈଶବ ଖେଳ
ଯାହା ହେଲା ହେଲା
ସବୁ ଭଲ ହୋଇଲା
ସିଏ ଟିକେ ମୋର
ଦରିଦ୍ର ସଂସାର ଦେଖିଗଲା ।
ଦେଖିନଥିଲି କେବେ
ସେ ଦିବ୍ୟ ରୋଷ ଭରା
ଚନ୍ଦ୍ରବଦନକୁ
ଅନେକ ଦିନରୁ
ଦେଖି ପାରିଲି ସତ୍ୟକୁ
ତା କୃପାରୁ ।
ତା ରୋଷଭରା ମୁଖ
ଆଖିରେ ନାଚୁଛି
ତା ଆଖିର ଲୁହ
ହୃଦୟର କୋହ
ମୋ ଭିତରେ ଢେଉ ମାରୁଛି
ଆସୁଥା କାଳିଆ
ଏମିତିକା ବାହାନେ
ଯିବାଯାଏଁ ଏ ଜୀବନ
ଦେଖିକରି ତୋତେ
ଏମିତି ବଞ୍ଚିଥାଏ
ଜୀଵନର ପ୍ରକୃତ ଆନନ୍ଦ
ପାଉଥାଏ ।
