STORYMIRROR

Tapan Dixit

Abstract Fantasy

2  

Tapan Dixit

Abstract Fantasy

ତୃଷ୍ଣା

ତୃଷ୍ଣା

1 min
13.3K


କିଏ ଜାଣେ କେବେ ମୃତ୍ୟୁ ରୂପସୀ 

ଅଭିସାର ଥିବ ରଚି 

ମଧୁ ଯାମିନୀର ଶେଯ ସାଜିଥିବ 

ଗୋଲାପ ଅତର ଛିଞ୍ଚି

ବଧୂ ବେଶେ ମଧୁ ରାତି ପ୍ରତୀକ୍ଷାରେ 

ପଥ ଚାହିଁ ବସିଥିବ

ଦିକି ଦିକି ହୋଇ ବାସର ପ୍ରଦୀପ 

ଥରି ଥରି ଜଳୁଥିବ

ଓଢଣା ତଳେ ତା କୃଷ୍ଣାଭ ଅଧରେ

କମ୍ପନ ଖେଳୁଥିବ 

ବାରମ୍ବାର ମୋର ଫେରିବା ପଥକୁ 

ଲେଉଟି ସେ ଚାହୁଁଥିବ,

ତୃଷ୍ଣାତ ମେଣ୍ଟିନି କଣ୍ଠରୁ ମୋର 

ଢାଳିଦିଅ ଆଉ କିଛି 

ଲେଉଟାଣୀ କଥା କିଏ ବା କହିବ 

କାଲିଟା ତ ପ୍ରଶ୍ନବାଚୀ 

ଫେରିବାକୁ ହେବ ମଧୁ ଯାମିନୀକୁ 

ଶେଷ ଢ଼ୋକ ଅଛି ବାକୀ 

ଆଜି ପାଇଁ ମୋତେ ପିଇବାକୁ ଦିଅ 

ଶେଷ ଛଲକଟା ସାକୀ.. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract