STORYMIRROR

Bijay Prusty

Fantasy

4  

Bijay Prusty

Fantasy

ତୋ ଦର୍ଶନପାଇଁ ଶ୍ରୀକ୍ଷେତ୍ର ଯିବି

ତୋ ଦର୍ଶନପାଇଁ ଶ୍ରୀକ୍ଷେତ୍ର ଯିବି

1 min
785


କେତେକେତେ ପାପ କରିଛି କାଳିଆ

ଭକ୍ତିଭାବ କିଛି ନାହିଁ ମୋ ମନେ

କୁଚିନ୍ତାରେ ମୋର ମନ ଭାରାକ୍ରାନ୍ତ

ତୋ କଥା କେବେ ବି ଭାବିନି ଦିନେ I


ନିଜ ସ୍ୱାର୍ଥ ସଦା ଆଗରେ ରଖିଛି

ଆଉ କାହା ସ୍ୱାର୍ଥ କରିନି ଚିନ୍ତା

କୁକଥା କାନକୁ ସୁନ୍ଦର ଶୁଭୁଛି

ଭଲକଥା ସବୁ ଲାଗୁଛି ପିତା I


ଅନ୍ୟକୁ କଷଣ ଦେଇ ଖୁସି ପାଏ

ଅନ୍ୟ ଦୁଃଖ ଦେଖି ଆନନ୍ଦ ମନ

ମଲାପରେ କିଛି କାମେ ଲାଗିବନି

ତଥାପି ଖୁସିରେ ସଞ୍ଚୁଛି ଧନ I


ତୋ ପାଖକୁ ଗଲେ ତୋ ଦର୍ଶନ କଲେ

ତୋ ପାଖେ ନିଜକୁ ସମର୍ପି ଦେଲେ

ଲୋକେ କହୁଛନ୍ତି ସବୁ ପ୍ରାପ୍ତି ହୁଏ

ସଂସାର ବନ୍ଧନ କଟଇ ହେଳେ I


ସଂସାର ମଇଳା ଦେହେ ମୋର ବୋଳା

ସେଥିରୁ ମୁକତି ଲୋଡିନି ଦିନେ

ସେଥିପାଇଁ ପରା ନୀଳାଚଳ ଧାମ

ଯିବାକଥା କେବେ ଭାବିନି ମନେ I


ତୁହି ଏକମାତ୍ର ସତ୍ୟରେ କାଳିଆ

ଆଉ ଯାହା ସବୁ କେବଳ ମାୟା

ସେପାଇଁ ଭାବୁଚି ତୋ ଦର୍ଶନ କରି

ପବିତ୍ର କରିବି ମୋର ଏ କାୟା I

   


Rate this content
Log in

Similar oriya poem from Fantasy