STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ତମସୋ ମା ଜ୍ୟୋତିର୍ଗମୟ

ତମସୋ ମା ଜ୍ୟୋତିର୍ଗମୟ

1 min
272

ମହାନ ସଂସ୍କୃତି ସଭ୍ୟତା ଆମ ଦେଶର

ଯୁଗେ ଯୁଗେ ଯହିଁ ପ୍ରେମ ଓ ସହଯୋଗର ।

ଏଇ ଭାରତୀୟ ସାଂସ୍କୃତିକ ମହତ୍ଵର

ପ୍ଲାବନରେ ଧୌତ ଶୁଦ୍ଧ , ପୂତ ମହିମାର ।

ଯୁଗେ ଯୁଗେ ଯହିଁ ଝଙ୍କୃତ ସାମ୍ୟ ବାଦର

ଆଦର୍ଶ ଦେଖାଇ ଆସିଛି ଯେ ବିଶ୍ୱେ ଚିର ।

ଝଙ୍କୃତ ଯେ ଦେଶେ ମାନବ ବାଦର ସ୍ୱର 

ସତ୍ୟ , ନୀତି , ନ୍ୟାୟ , ଅହିଂସା କରେ ପ୍ରଚାର ।

ମହା ମନିଷୀ ଙ୍କ ପୂତ ଲୀଳା ଭୂମି ଭାବେ

ଧନେ , ଗୁଣେ , ମାନେ , ଗରୀୟ।ନ ଯିଏ ବିଶ୍ୱେ ।

ସୁବିପୁଳ ଜ୍ଞାନ , ବିଜ୍ଞାନ , ଦର୍ଶନ ଭାରେ

ମହୀୟ।ନ ଯିଏ ଆପଣାର ମହିମାରେ ।

ଆଲୋକିତ କରି ବିଶ୍ଵ ଆପଣା ବିଭାରେ

ମହନୀୟ ଓଉତ୍କର୍ଷ୍ୟର ବର୍ଣ୍ଣିଳ ଆଭାରେ ।

ଆଭାସେ ଯେ ଭାଷେ ନିତି ନବୀନ ଆହ୍ଵାନ

ମଧୁମୟୀ ଗୀରେ , ପୂତ ନବ ଜାଗରଣ ।

ଅନ୍ଧକାରେରୁହ ନାହିଁ ଆଲୋକ କୁ ଆସ

ଜ୍ୟୋତିର ପରଶ ଲଭି ଅଜ୍ଞାନତା ନାଶ ।

ସର୍ବ ଜୀବ ସୁଖ ତୃପ୍ତି ଆମୋଦରେରୁହ

ଶାନ୍ତି ଲଭ ତେଜି ଦୁଃଖ , ଦୁଶ୍ଚିନ୍ତା , ଆମୟ ।

ଭାବମୟୀ ବାକ୍ୟେ ପ୍ରାଣେ , ଭରେ ଯେ ଉତ୍ସ।ହ

ମୈତ୍ରୀ ପ୍ରୀତିର ତମସୋ ମା ଜ୍ୟୋତିର୍ଗମୟ ।



Rate this content
Log in

Similar oriya poem from Action