ସୁପର ପାୱାର
ସୁପର ପାୱାର
ମଣିଷ ଜୀଵନ
ଆଶା ଆକାଂକ୍ଷା ରେ ଭରା
କିଏ ବା ଚାହୁଁନି ହେବାକୁ
ସୁପର ପାୱାର ।
ଆଶା ଅସୁମାରୀ
ମଣିଷ ଜୀବନେ
ଗୋଟିଏ ମିଳିଲେ
ଆରକୁ ତ ଆଶା
ଯେତେ ମିଳୁଥିଲେ
ବଢ଼େ ଆକାଂକ୍ଷା
ଏମିତି କି ହେବାକୁ
ସୁପର ପାୱାର ।
ଆଶା ମରୀଚିକା
ଭାଗ୍ୟବଳେ ଯଦି
ଆଶା ହୁଅଇ ପୁରଣ
ଆହୁରି ଆଶା ମଣିଷ
କରଇ ପୁରଣ
ହେବାକୁ ଚେଷ୍ଟା
ସୁପର ପାୱାର ।
ବାହୁ ବଳ ଥିଲେ
ଜନ ବଳ ହେଲେ
ନୁଆଁ ନୁଆଁ ଧନୀ
ସଦା ଜାଗ୍ରତ ଏଠି
ରଖିବି ସଭିଙ୍କୁ
ପାଦତଳେ ସଦା
ହେବାକୁ ସୁପର ପାୱାର ।
କେବେ କେବେ
ରୁପସୀ ଯୁବତୀ
ନିଜ ସୌନ୍ଦଯ୍ୟ ରେ
ଆକର୍ଷି ଅନେକ
ପୁରୁଷ ଙ୍କୁ ନିଜ ଆଡେ
ହେବାକୁ ସୁପର ପାୱାର ।
ମଣିଷ ଜାଣେନା
କେତେ ଧନ ଜନ
ରୂପ ଯଉବନ
ଯେତେ ବଳ ସବୁ
ସମୟ ଆସିଲେ
ଫିକା ପଡ଼ିଯିବ
ଅଛି ଅଦୃଶ୍ୟରେ
ଏକ ସୁପର ପାୱାର ।
ଯେତେ ରୂପ ରଙ୍ଗ
ଜୀଵନ ଯୌବନ
ଧନ ଜନ ସମ୍ପତ୍ତି
ସବୁ ତା ର ଦାନ
ସେ ଅଟେ ଅଦୃଶ୍ୟ
ସେ ଅଟେ ଅସ୍ପୃଶ୍ୟ
ସେ ହିଁ ସୁପର ପାୱାର ।
