STORYMIRROR

Balaram Barik

Fantasy

3  

Balaram Barik

Fantasy

ସୁନ୍ଦର ଏ ସୃଷ୍ଟି

ସୁନ୍ଦର ଏ ସୃଷ୍ଟି

1 min
234

ସୁନ୍ଦର ଏ ସୃଷ୍ଟିର ସବୁ ସୃଷ୍ଟ।

ହୃଦୟର ଚକ୍ଷୁରେ।

ଥରେ ଦେଖିବା ଆସ।

ଗୋବର ପୋକ କେତେ ଯତନରେ 

ଗୋଲ ଗୋଲ ପେଣ୍ଡୁ ଗଢୁଛି।

ଉତ୍ଶୃଙ୍ଖଳ ସେ ପରଜାପତି 

ତାକୁ କଣ କୋଉଠି ଠାବ ଅଛି ।

ସେ ମାଙ୍କିଡିକୁ ଦେଖୁନ 

ତା ଝିଅ ମୁଣ୍ଡରୁ ଡାଗରା କାଢି

କେମିତି ନଖରେ ଫୁଟୋଉଛି।

କୁଣ୍ଡା ଫାପୁଲିଙ୍କ ନାଚକୁ ଦେଖ।

ଆଜି ବର୍ଷା ହେବ କି ?

ସିଜୁ ବୁଦା ମୂଳେ ଏଣ୍ଡୁଅକୁ 

ପଚାରିଲେ ହଁ କି ନାହିଁ କହିଦେଉଛି।

ବଢି ଆସିବ ବୋଲି ଧାଡି ଧାଡି

ପିମ୍ପୁଡି ଦଳ ଶସ୍ୟ ଅମାର ଭରିଲେଣି।

କଜଳପାତୀଟା ଗାଈଙ୍କୁ 

ପ୍ରତିଦିନ କି ଗପ ଶୁଣାଉଛି ଯେ !

କିଛି ସମୟ ଅଟକି ଯାଇ ବେଙ୍ଗ 

ଯେଉଁ ରାଜକୀୟ ଠାଣି ଦେଖାଏ

ତାହା ଯେ ଅତ୍ୟନ୍ତ ଉପଭୋଗ୍ୟ।

ଇନ୍ଦ୍ରଧନୁରେ ଗୁଗୁଛିଆ ଗଛ ଜୋଖି

ଏମିତି ଲକ୍ଷ ଭେଦ କରନ୍ତି ଯେ

ମହୁଲ ଫୁଲଗୁଡା ତା ଶାଢ଼ୀ କାନିରେ 

ଆସି ଟପ୍ ଟାପ୍ ହେଇ ପଡ଼ନ୍ତା।

ମତୁଆଲା ହେଇ ଶୋଇ ପଡନ୍ତି

ଆକାଶକୁ ଚାହିଁ ଟିକି ମିକି ତାରା 

ସଙ୍ଗେ ଗୀତ ଟିକେ ଗାଆନ୍ତି।

ହଳଦୀ ବସନ୍ତ ସବୁଦିନ ବସି ରହୁଛି

ଯେଉଁଦିନ ମୁଁ କହିବା ପରେ ଉଡୁଛି

ନିଶ୍ଚୟ ମୋ ସାଥେ କିଛି ଘଟୁଛି ।

ମୋର ସୃଷ୍ଟିର ଉଦେଶ୍ୟ ବସି ଭାବୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy