STORYMIRROR

ପବିତ୍ର ବେହେରା , ସମ୍ବଲପୁର

Tragedy Fantasy Inspirational

3  

ପବିତ୍ର ବେହେରା , ସମ୍ବଲପୁର

Tragedy Fantasy Inspirational

ସତ୍ୟବାନ ବ୍ରତ

ସତ୍ୟବାନ ବ୍ରତ

1 min
11.7K

ଉପବାସ କରି କରେ ପୂଜା

        ଯାଇ ମୋ କନିଆଁ ଘର

ମୋ ପାଇଁ ଆସେ ମୋ ବାପା ଘରୁ

        କେତେ କଣ ଭାର।।

ମୋ ଭାରିଜା ଆଣେ ମୋ ପାଇଁ

       ତା ମନର ପୋଷାକ,

ମୋ ପଇସାରେ ମୋତେ

       କରାଏ ଅଭିଷେକ।।

ସତ୍ୟବାନ ବ୍ରତ ସାରି

      ମୋ ସ୍ତ୍ରୀର ପାଦ ଧୋଇ,

ପାଇବି ପାଦୁକା

        କେତେ ହରସ ହୋଇ।।

ଭାଙ୍ଗିବି ସତ୍ୟବାନ ବ୍ରତ

         ମାରି ମୁଣ୍ଡିଆ ପତ୍ନୀ ପାଦର,

ନନୀ ଉଠେଇ ସେଲ୍ ଫି

         ପୋଷ୍ଟ କରିବ ଫେସବୁକ ଠାର ॥

ବିବି କୁ ଖୁଆଇ ଫଳ ମୂଳ

          ଚାଟିବି ତାଙ୍କ ଅଇଁଠା ପତର,

ଜନ୍ମ ମୃତ୍ୟୁର ସାଥି ସେଇ

           ରଖିବି ମାନ ତାଙ୍କର।।

ବାଢ଼ି ଦେଇ  ରାତ୍ରି ଭୋଜନ

          ଖୁଆଇବି ଖୁସିରେ,

କରି ଦେଉଥିବି ପଙ୍ଖା

       ବସି ମୋ ପତ୍ନୀ ପାଶରେ।।

ଶୋଇବା ପୂର୍ବରୁ ପାରି ଦେବି

    ବିଛଣା ତାଙ୍କ ପାଇଁ,

ମୋଡ଼ି ଦେଇ ଗୋଡ଼ ଶୋଇବା ପରେ

    ଶୋଇବି ମୁଇଁ।।

କହିଲି ଭବିଷ୍ୟତର କଥା

    କରିବେନି ମୋତେ ଅନ୍ୟଥା,

ଭୁଲ୍ ଥିଲେ କରିବେ କ୍ଷମା

   କହୁଛି ମୁଁ ପାଗଳ ପ୍ରେମା।।

         


Rate this content
Log in

Similar oriya poem from Tragedy