"ନିଃସଂଗ ପଥିକ "
"ନିଃସଂଗ ପଥିକ "
ନିଃସଂଗ ପଥିକଟିଏ ମୁଁ
ସମୟର ଏଇ ଶୂନଶାନ ପଥ ପରେ
ଅନବରତ ଧାଉଁଛି ଜୀବନ ସଉଦା ପାଇଁ
ବଞ୍ଚିବାର ଦୁର୍ବାର ମୋହରେ l
ଚାଲି ଚାଲି ଥକି ପଡିଲିଣି
ଆଉ ଇଚ୍ଛା ନାହିଁ ଚାଲିବାକୁ
ଏ ଦୁନିଆର କୁଟିଳ ଚକ୍ରାନ୍ତ ପାଖରେ
ମୁଁ କିଂ କର୍ତ୍ତବ୍ୟ ବିମୁଢ଼
ଛକା ପଞ୍ଝାର ଲୁଚକାଳି ଖେଳର କ୍ରୀଡାଙ୍ଗନରେ
ମୁଁ ଜଣେ ପରାଜିତ ମଣିଷ
ଜୀବନ ଯୁଦ୍ଧରେ ଯୁଝି ଯୁଝି ଅବଶ ହୋଇପଡିଲାଣି ପ୍ରାଣ
ଆଉ ଚାଲିବାର ଜୁ ନାହିଁ
ପାତର ଅନ୍ତରର ଅନ୍ଧଗଳିରେ ମୁଁ ଦିଗହରା
କିଛି ସ୍ମୃତିକୁ ପାଥେୟ କରି
ମୁଁ ଚାଲିଛି ତଥାପି ମୋ ଜୀବନର ଚଲାପଥରେ
ସାମର୍ଥ୍ୟର ସହିତ
ମୋ ଦେହର ଛାଇକୁ ସାଥି କରି
ଜଣା ନାହିଁ ଏ ନିଃଶ୍ୱାସର ଦୀର୍ଘତା ଆଉ କେତେ ଦୂର l
ନିଃସଂଗତାର ଅସହାୟତା ଭିତରେ
ବଞ୍ଚିବାର ମୋହ ଧିରେ ଧିରେ ଶିଥିଳ ହୋଇ ଆସିଲାଣି
ସ୍ୱପ୍ନ ମାନେ ସବୁ କେବେ ଠାରୁ ମୋଠୁ ଦୁରେଇ ଗଲେଣି
ବାନ୍ଧିଥିବା ଭରସାର ନୀଡଟା ବି ଭାଙ୍ଗି ତୁଟି ଗଲାଣି
ଆଶାର ସବୁଜ ବନାନୀ
ଧିରେ ଧିରେ ଜଳି ପୋଡି ପାଉଁଶ ହେଇଗଲାଣି
ସମ୍ପର୍କ ଡୋରିରେ ମମତାର ପ୍ରଲେପ ଦେଉଥିବା
ନିଜର ଲୋକମାନେ ସବୁ କେବେଠୁ ଅଚିହ୍ନା ହେଇଗଲେଣି
କିନ୍ତୁ ତଥାପି ଚାଲିଛି ମୁଁ କେଉଁ ଏକ ଅଜଣା ମୋହରେ
ପଡିଉଠି ଖଣ୍ଡିଆ ଖାବରା ହୋଇ
ଭାବୁଛି ଏଇ ବୋଧେ ଜୀବନ l