ସତ୍ୟ
ସତ୍ୟ
ସତ୍ଯ ଏକା ଭାଇ ମହତ ପଣିଆ
ସତ୍ଯପାଶେ ମିଥ୍ଯା ଅଢେଇ ଦିନିଆ ।
ସତ୍ଯ ପଥେ ନର ମୁକତି ଲଭନ୍ତି
ସତ୍ଯ ପାଇଁ ଇନ୍ଦ୍ର ପୃଥିବି ପାଳନ୍ତି ।
ସତ୍ଯ ଧର୍ମ ବଳେ ସୃଷ୍ଟିର ସର୍ଜନା
ସତ୍ଯ ରେ ମେଦିନୀ ଧରିଅଛି ଫଣା।
ସତ୍ଯ ପାଇଁ ବୃକ୍ଷ ଫଳ ଫୁଲ ଦ୍ଯନ୍ତି
ସତ୍ଯେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହ୍ବନ୍ତି ।
ସତ୍ଯରେ ଆକାଶେ ଦୃଶ୍ଯ ମେଘମାଳ
ସତ୍ଯେ ଦିବାରାତ୍ର ହୁଅଇ ଭୂଚଳ ।
ସତ୍ଯ ପଥେ ପ୍ରାଣୀକି ନପଡେ ର୍ଦୁଦିନ
ସତ୍ଯ ପାଇଁ ଋତୁଚକ୍ରର ପରିବର୍ତ୍ତନ ।
ସତ୍ଯ ପାଇଁ ସିନ୍ଧୁ ନଲଙ୍ଘଇ କୂଳ
ସତ୍ଯ ପାଇଁ ଇନ୍ଦ୍ର ବରଷନ୍ତି ଜଳ ।
ସତ୍ଯ ପାଇଁ ରାମ ଗଲେ ବନବାସ
ସତ୍ଯଲଙ୍ଘିଲେ ନର ପାନ୍ତି ଅପଯଶ ।
ସତ୍ଯ ର ମହିମା ନଜାଣିଛେ କିଏ
ତଥାପି କିଆଁ ନର ମିଥ୍ଯାଶ୍ରୟ ନିଏ ।
