STORYMIRROR

Prabhanjana Tripathy

Fantasy

4  

Prabhanjana Tripathy

Fantasy

ସରଳ ଜୀବନ

ସରଳ ଜୀବନ

1 min
243


କବି ଏକ ନିରାଡ଼ମ୍ବର ଭାବୁକର ପ୍ରାଣ,

କବି ଏକ ସରଳ ,ଚିତ୍ରକଳ୍ପ ମନ ।।

ନିଜ ବୟଶର ସୀମା ଉଲଂଘନ କରି

ଏକ ଛିଣ୍ଡା ଚାଦରରେ ନିଜକୁ ଆଦରି ।।


କବି ଏକ ଅମାନିଆ ପାହାଡ଼ି ଝରଣା

କବି ସଦା ଝରିଥାଏ ଭୁଲି ପରିସୀମା ।।

ନିଜ ଜ୍ଞାନ ବୋଲି କିଛି ରୁହେନି କବିର

ସେତ ମହା ନିର୍ଝରରେ ଖୋଜେ ଶବ୍ଦତାର ।।


କବି ନିଜେ ନିମ୍ନଦୃମ-ନିଜେ କଳ୍ପଦଳ

କବି ର ମନ ଭିତରେ ମଧୁରଗରଳ ।।

ଅନଳରେ ଦଗ୍ଧିଭୁତ କବିର ଭବନା

ହେଲେବିତ କରିନାହିଁ କ୍ଷୁର୍ଣ୍ଣ ତା କଳ୍ପନା ।।


କବି ଉପଭୋଗି ନିଜେ ଆଦେଖା ପ୍ରୀତିର

କବି ପ୍ରିତୀ ଶୂନ୍ୟ ହୁଏ କାଲା ଓ ବଧିର ।।

ନିଚ୍ଛକ ପ୍ରତିଫଳନେ ଲେଖଇ କବିତା

ନିଜେ ହୁଏ ଦୀପ,ଶିଖା ନିଜେହିଁ ସଳିତା ।।


କବି ଚିରନ୍ତନ ପ୍ରେମୀକାର ଭାଵର ବିନ୍ୟାଶ

କବି ପ୍ରୀତିଛିନ୍ନ ତରୁଣୀର ଭାବନା ନିଶ୍ୱାସ ।।

ଯାହା ଭାଵଲଗ୍ନ ନେଇ କବି ଥାଏ ବଞ୍ଚି

କାଳାତୀତ କରେପ୍ରାଣ କାଗଜରେ ସିଞ୍ଚି ।।


କବି ଯୌବନକୁ ଉପଭୋଗ କରେ ମନ ଖୋଲି

କବି ସୌନ୍ଦର୍ଯ୍ୟକୁ ଜରା ଦେହେ ଦେଇ ପାରେ ବୋଳି ।।

ଗୋଟାଏ ଚାଉଳେ ଗଢ଼ା ,କରେ ନିଜ କାନ୍ତି

ସତେକି ସ୍ୱର୍ଗ -କନ୍ଦର୍ପ ମର୍ତ୍ୟେ-ପୁରେ ଭ୍ରାନ୍ତି ।।


କବିତ୍ୱ ବିଜୁଳି ସମ ଝଟକିବା ନୀତି

ଏକ କବି ଏକ ଜାତି ନାହିଁ ଅନ୍ୟ ଜାତି

କବିର କବିତା ସଦା ନିର୍ମଳ ସ୍ଵଭାବ

କବି ଆଜି ତେଣୁ ସିନା ନ ଚାହେଁ ବିଭବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy