Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ସପ୍ତମ ଋତୁ

ସପ୍ତମ ଋତୁ

1 min
173



ପ୍ରୀତି ମନ୍ଦାକିନୀ କୁଳୁକୁଳୁ ତାନେ

ଗାଏ ହୃଦୟର ସ୍ୱରେ

ବିଜନ ବେଳାରେ ତୁମ ଛବିଗୋଟି

ଆଖିତଳୁ ଉଙ୍କି ମାରେ I

ତୁମରି ଖୁସିରେ ଖୁସି ହୁଏ ମନ

ଦୁଃଖରେ ବତୁରେ ପ୍ରାଣ

ତୁମରି ଆଖିରୁ ଚମକ ନେଇ ଗୋ

ଆକାଶରେ ଉଏଁ ଜହ୍ନ I

ଋତୁସହ ତୁମେ ବାଟ ଚାଲୁଥାଅ

ତୁମେତ ସପ୍ତମ ଋତୁ

ଆଖିରେ ତୁମର ଫଗୁଣ ଚହଟେ

ଦିଶୁଥାଏ ପ୍ରୀତିସେତୁ I

ମନ ତୁମ ସଦା ସବୁଜ ସୁନ୍ଦର

ଯୌବନ ଉଛୁଳା ନଈ

ବୟସ ଡଙ୍ଗାରେ ପାରିକର ମୋତେ

ପ୍ରୀତିଗୀତ ଗାଇ ଗାଇ I

         


Rate this content
Log in

Similar oriya poem from Romance