ସପନ
ସପନ
ଶେଷ ହୀନ ଅଟେ ମନର ସପନ
ଅପେକ୍ଷାର ଅନ୍ତ ନାହିଁ,
ରାତ୍ରୀ ଅନୁଚିନ୍ତା ଉଭେଇ ଯାଏ ସେ
ପୂରୁବ ଆକାଶେ ଚାହିଁ ।
ବସନ୍ତ ମଳୟ କୁହୁତାନ୍ କେବେ
ମହୁଲ ଫୁଲର ବାସ,
ବିମୋହିତ ହୁଏ ଅନ୍ତରଟା କେବେ
ଓଠରେ ଆଣଇ ହସ ।
ସପନଟା କେବେ ନାନା ବିଧ୍ ପ୍ରଶ୍ନ
ପୁଣି କେବେ ମଧୁମତୀ,
ନିଘୋଡ଼ ନିଦରେ ସପନ ରେ ଖେଳି
ପାହିଯାଏ କେବେ ରାତି ।
ହୃଦୟରେ କେବେ ଅବାଞ୍ଛିତ ବର୍ଷା
ଅଜଣା ତେ ବହିଯାଏ,
ଜଳ ବିନା କେବେ ମରୁଭୂମି ପରି
ଧୂ ଧୁ ତାତି ଯାଏ ।
ଗୀତର ଗଜଲ୍ ପରି ଶୁଭୁଥାଏ
ହସି ଉଠେ ଏଇ ଜୀବନ,
ହେଲେ ବି ଏଥିରେ ସତ୍ୟତା ନ ଥାଏ
ସିଏ ପରା ଥିଲା ସପନ ।
