ସପନ ନାୟକ
ସପନ ନାୟକ
ତୁମକୁ ଆଖିରେ ସପନ କରିଲି
ପ୍ରଥମ ନାୟକ ଭାବି
ଚୋରାବାଲି ପରି ତୁମ ଚାଲାଖିରେ
ହୃଦୟଟା ଗଲା ଦବି ।
ଭାବି ଥିଲି ତୁମେ ଶଇଳ ଶିଖର
ଶିତଳ ତୁଷାର ପରି
ଶୀତ ବଦଳରେ ମନକୁ ଜାଳିଲ
ଅଙ୍ଗାର ହେଲା ମୋ ଶିରୀ ।
ମନ ତଳ କଥା କହି ହୁଏ ନାହିଁ
ଭାବିଲେ ସରେନା ରାତି
ପ୍ରୀତି ଅମାବାସ୍ୟା ଦେଖିଛି ତୁମର
ଏଇ ମୋ ଜୋଛନା ଛାତି ।
ଶୁଷ୍କ ମରୁ ପୃଷ୍ଠେ ଟୋପାଏ ଶିଶିର
ଶିତଳ ଚନ୍ଦନ ଲେପ
ତୁମେ ବୋଳି ଦେଲ ଉଆଁସୀ ଅନ୍ଧାର
ମୁଁ କହିଲେ ମହାପାପ ।
ଜୀବନ ସଜାଡି ସୁଖ ମୁଁ ଭୂଲୁଛି
ତୁମ ଛବି ହାତେ ଧରି
ଏମିତି ବାଟରେ ଛାଡି ଗଲ ମୋତେ
ରଖି ପାରେନା କି ଚିରି ।
ସେଇ ତୁମେ ଥିବ ପାଷାଣ ଦେବତା
ମୁହିଁ ଥିବି ପୂଜାରିଣୀ
ଜୀବନର ଅନ୍ତେ ଲେଖନୀ ଲେଖିବ
କିଏ ସେ ହୃଦୟ ରାଣୀ ।