ସଂସ୍କାର
ସଂସ୍କାର
ଏଇ ତ ମୋ ଭବିଷ୍ୟତ
କୁନି କୁନି ହାତ, ଟିକି ଟିକି ଓଠ
ଛୋଟ ଛୋଟ ଆଖି ଆଉ ଟିକିଏ ଲାଜ,
ଖନା ଖନା ଶବ୍ଦ ପୁଣି ଖିଲି ଖିଲି ହସ।
ହେଲେ ନାହିଁ ଆଉ ତାଙ୍କ ଭିତରେ
ଆଧ୍ୟାତ୍ମିକ ଚିନ୍ତା ଆଉ ନୈତିକ ଚେତନା;
କେମିତି ବି ରହିବ;
ଅଭାବ ନାହିଁ ଯା' ଘରେ
ଦୁଃଖ କି ବୁଝିବ ଥରେ?
ବାପା ଉଠି ସଦା ଯାଉଛନ୍ତି ଅଫିସ୍
ମାଆ ପୁଣି ଚାକିରିଆ,
ଘରେ ରଖିଛନ୍ତି ଚାକରାଣୀଟିଏ
ସିଏ ପୁଣି ଅପାଠୁଆ।
କୋଉଠୁ ପାଇବ ସଂସ୍କାର ଟିକକ
କୋଉଠୁ ପାଇବ ସେ ପ୍ରେମ,
ଯେଉଁ ସଂସ୍କାରଟି ଦିଏ ପରିଚୟ
ଯେଉଁଠୁ ଆରମ୍ଭ ନାମ।
ଖେଳନା ବଦଳରେ ଖେଳଇ ପିଲାଏ
ମୋବାଇଲ୍ ଟିଏ ସେ ଧରି
ଶିକ୍ଷିତ ଭାବି ସେ ଆଗକୁ ବଢ଼ଇ
ନିଜକୁ ଦୁର୍ବଳ କରି ll
