STORYMIRROR

Chinmayee Kanta

Tragedy Crime Others

4  

Chinmayee Kanta

Tragedy Crime Others

ସଂସ୍କାର

ସଂସ୍କାର

1 min
363

ଏଇ ତ ମୋ ଭବିଷ୍ୟତ

କୁନି କୁନି ହାତ, ଟିକି ଟିକି ଓଠ

ଛୋଟ ଛୋଟ ଆଖି ଆଉ ଟିକିଏ ଲାଜ,

ଖନା ଖନା ଶବ୍ଦ ପୁଣି ଖିଲି ଖିଲି ହସ।

ହେଲେ ନାହିଁ ଆଉ ତାଙ୍କ ଭିତରେ

ଆଧ୍ୟାତ୍ମିକ ଚିନ୍ତା ଆଉ ନୈତିକ ଚେତନା;

କେମିତି ବି ରହିବ;

ଅଭାବ ନାହିଁ ଯା' ଘରେ

ଦୁଃଖ କି ବୁଝିବ ଥରେ?

ବାପା ଉଠି ସଦା ଯାଉଛନ୍ତି ଅଫିସ୍

ମାଆ ପୁଣି ଚାକିରିଆ,

ଘରେ ରଖିଛନ୍ତି ଚାକରାଣୀଟିଏ

ସିଏ ପୁଣି ଅପାଠୁଆ।

କୋଉଠୁ ପାଇବ ସଂସ୍କାର ଟିକକ

କୋଉଠୁ ପାଇବ ସେ ପ୍ରେମ,

ଯେଉଁ ସଂସ୍କାରଟି ଦିଏ ପରିଚୟ

ଯେଉଁଠୁ ଆରମ୍ଭ ନାମ।

ଖେଳନା ବଦଳରେ ଖେଳଇ ପିଲାଏ

ମୋବାଇଲ୍ ଟିଏ ସେ ଧରି

ଶିକ୍ଷିତ ଭାବି ସେ ଆଗକୁ ବଢ଼ଇ

ନିଜକୁ ଦୁର୍ବଳ କରି ll


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy