STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ସଂଜ ସକାଳ

ସଂଜ ସକାଳ

1 min
116

ସଂଜ ସକାଳ

ସୁରେଶ ଚନ୍ଦ୍ର ପାଢୀ

ସଂଜ ସକାଳେ ପ୍ରଭୁ ଖୋଜୁଛି ତୁମକୁ

ନିର ଭିଜା ନୟନ ରେ

ମନ ମନ୍ଦିରେ ରଖିଛି ତୁମକୁ

ଡାକୁ ଅଛି ଆକୁଳରେ ।


ସବୁ କାମ ସାରି ଆସୁଛି ଘରକୁ

ଗୋଧୂଳି ବେଳାରେ

ହାତ ପାଦ ଧୋଇ ଡାକୁଛି ତୁମକୁ

ସଂଜ ସକାଳ ରେ ।


ଧୂପ ଦୀପ ଦେଇ ପୁଜୁଛି ତୁମକୁ

ମୋର ଠାକୁର ଘରେ

ସଂଜ ସକାଳ ରେ ଦେଖୁଛି ତୁମକୁ

ରଖି ମନ ତୁମ ଠାରେ।


ନିରସ୍ରୟ ହୋଇ ଡାକୁଛି ତୁମକୁ

ହାତ ଟେକି ଉର୍ଦ୍ଧରେ

ଆହେ ମହାବାହୁ କେହି ନାହିଁ ଆଉ

ଡାକେ ସଂଜ ସକାଳରେ ।


ଜାଳି ଦେଇଛି ମୁଁ ଘୃତ ବତୀକୁ

ତୁମରି ପାଦ ପଦ୍ମ ରେ

ବନ୍ଧୁ ସଖା ବୋଲି ଭାବୁଛି ତୁମକୁ

ଆରତୀ କରେ ସଂଜ ସକାଳେ ।


Rate this content
Log in

Similar oriya poem from Fantasy