ସମୟ କି ଅଟକେ
ସମୟ କି ଅଟକେ
ପୃଷ୍ଠା ଲେଉଟିଲା
ଇତିହାସର ଫର୍ଦ୍ଦରେ
ଯୋଡ଼ା ହୋଇଗଲା ଆଉ ଏକ
ନୂତନ ଅଧ୍ୟାୟ ।
ସେମିତିରେ କିଛି ଫରକ୍ ପଡେନି ମ
କେବଳ ଫରକ୍ ଏତିକି
କିଏ କେତେ ହାରିଛି ଅବା ହରେଇଛି
କିଏ କେତେ ଲହୁ ଲୁହ ନିଗାଡିଛି
ଆଉ କିଏ ହସର ଫୁଆରା ମେଲିଛି
କିଏ ନିଜର ଅବା ଆପଣାର ଲୋକଟା ଠୁ
ସ୍ନେହ ବଦଳରେ ଲାଞ୍ଛନା ସାଉଁଟିଛି ।
କିନ୍ତୁ ଏତେ ସବୁ ଭିତରେ
କେଉଁଠି ନା କେଉଁଠି
ସମୟ ଟା ଅଟକି ଯାଇଛି
ପ୍ରଣୟୀ ପ୍ରିୟାର ପ୍ରେମ ପାଇଁ
ଶିଶୁର ଦରୋଟି ହସର ମିଠା ପାଇଁ
ଛଳ ଛଳ ନଦୀର ସ୍ରୋତ ପାଇଁ
ଢଳ ଢଳ ଆଖିର ଆନନ୍ଦାଶ୍ରୁ ପାଇଁ ।
ସତରେ କଣ ସମୟ କୁରାଣ ଦେଇ ବାନ୍ଧି ହୁଏ
ପଣତକାନିର ଗଣ୍ଠିରେ
ପ୍ରେମର ବାହାନା ଦେଇ ।
ତଥାପି ଆଶା ବସା ଵାନ୍ଧେ କଅଁଳ ହୃଦୟରେ
ପୁରୁଣାର ଶେଷ ଯେ
ଏକ ନୂତନ ଅଧ୍ୟାୟର ଅୟମାରମ୍ଭ
ଏକ ନୂତନ ସମ୍ଭାବନାର ପ୍ରୟାସ
ପୁଣି ଦରଦୀ ହୃଦୟରେ ଵତୁରୁଥିବା
ସ୍ନେହ, ପ୍ରେମ,ଭରସାର ଏକ ନିର୍ଭୟ ଆଶ୍ରୟ ।