ସମୟ ବୃକ୍ଷ
ସମୟ ବୃକ୍ଷ
ନିଷ୍ଟୁର ସମୟ ବୃକ୍ଷ କୋରଡରେ
ବାନ୍ଧିଛି ଜୀବନ ବସା
କେବେ ହସ ଡାଳେ କେବେ ଲୁହ ଡାଳେ
ସୁଖ ପତ୍ରକୁ କରିଛି ଆଶା ।
ସମୟ ଡାଳରୁ ଝଡିପଡିଥିବା ସେଇ
ଆପଣାର କିଛି ମୁହୂର୍ତ୍ତ
ସାଉଁଟିିବାକୁ ହାତ ବଢାଏ ଯେବେ
ମୁଁ ବାମନ ସେ ଦୂର ଆକାଶ ଚାନ୍ଦ ।
ବୃକ୍ଷେ ମୂଳେ ବସି କାଳ କାଠୁରିଆ
ପକାଉଛି ଧିରେ ଚୋଟ
ଗଛ କଟିଗଲେ ଜୀବନ ଦୀପ ଲିଭିବ
ହୋଇବ ସମୟେ ଫାଟ ।
ଗୋଟି ଗୋଟି କରି ଡାଳ ଭାଙ୍ଗୁଅଛି
ଆଶା ଅଭିଳାଷ ସ୍ବପ୍ନ
ଧିରେ ଧିରେ ଧକ୍କା ବୟସ ମାରୁଛି
ବୃଦ୍ଧ ହେଉଛି ମନ ।
ବିଧିର ନିର୍ଦ୍ଦେଶ କଠୋର ଶାସନେ
ବନ୍ଧା ପଡ଼ିଛି ଜୀବନ ଡୋର
ଅମାନ୍ୟ କରିବ ସଂଘର୍ଷ କରିବ
କିଏ ଅଛି ସେଇ ବୀର ।
ଜଳିପୋଡି ପାଉଁଶ ହୋଇବ ଯେ ଦିନେ
ସେଇ ଝଡି ଯାଇଥିବା ମୁହୂର୍ତ୍ତ
ମନେ ଅସୁମାରୀ ସ୍ବପ୍ନକୁ ସଜାଇ
ଲିଭିଯିବ ସୁନ୍ଦର ଅତୀତ ।
କାଳ ନବ ବାନ୍ଧି କାଳଫାସ ଦେଇ
ସମୟ ବୃକ୍ଷ ଜୀବ ମଉଳି
ଧର୍ମ ଏକା ସାଥେ ଛାଇ ହୋଇ ଥିବ
ନଥିବ ଗଲାବେଳେ ପାପ କଳି ।