STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ସମୁଦ୍ର ଆସୁଛି ମାଡ଼ି

ସମୁଦ୍ର ଆସୁଛି ମାଡ଼ି

1 min
251

ଉତ୍ତାପ ତାପରେ ତରଳେ ବରଫ ହିମାଦ୍ରି ଯାଏ ତରଳି

ସାଗର ଗରଭେ ଫୁଲେ ଜଳ ସ୍ତର ମଣିଷ ହୁଅଇ ଭାଳି

ସମୁଦ୍ର ଆସିବ ମାଡ଼ି

ଯେତେ ଜନପଦ ସତେକି ତା ଗର୍ଭେ ଲୀନ ହୋଇଯିବ ବୋଲି ।।


ଦ୍ଵାପରେ ଯେପରି ପାପ ହେଲା ଭାରି ଦ୍ଵାରକା ଭୁବନ ପରେ

ଜଳନିଧି ଯେହ୍ନେ ସହସା ସେ ପାଇଁ ମାଡି ଯାଇଥିଲା ଖରେ

ସତେକି ଧାତ୍ରୀ ଉପରେ

ମାଡ଼ି ଆସିବ କି ଅର୍ଣ୍ଣବ ସେପରି ଭାବଇ ମନ ଆକୁଳେ ।।


ମାଳିକାରେ ବାବା ଅଚ୍ୟୁତ ଅନେକ ବରଷୁ ଅଛନ୍ତି କହି

ସାବଧାନ ହୁଅ କଳି ଯୁଗ ନର ଜଳାର୍ଣ୍ଣବ ହେବ ମହୀ

ପାରାବାର ଜଳେ ଏହି

ବାଇଶି ପାହାଚେ ମୀନ ଖେଳିବରେ ପାପ କର୍ମ କରିନାହିଁ ।।


ସମୟେ ସମୟେ ଏବେବି ଏଠାରେ କୂଳଲଂଘେ ସିନ୍ଧୁ ବାରି

ପାହାଡ ସମାନ କଲ୍ଲୋଳ ଆଗମେ ଜନପଦେ ଯାଏ ମାଡି

ଶରଣ ବିଶ୍ଵବିହାରୀ

ତୁମ ଖେଳାଲୀଳା ତୁମକୁ ଜଣା ହେ ସୃଷ୍ଟି ସରଜନା କାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller