STORYMIRROR

Sunanda Mohanty

Fantasy Thriller Others

3  

Sunanda Mohanty

Fantasy Thriller Others

ସ୍ମୃତି

ସ୍ମୃତି

1 min
2


ଏମିତି ସେ ସ୍ମୃତି ଦିଏ ଆତ୍ମତୃପ୍ତି

କେବେ ପ୍ରାପ୍ତିର ମଧୁଗିତୀ

ସ୍ମୃତି ସେ ଏମିତି ଫୁଲମତୀ

କବିତାର ପଂକ୍ତି କେବେ ମଧୁଝରା ତାତି

ସ୍ମୃତି ପୁଣି କେବେ ଚିତ୍ରଗୀତି

କେବେ ପ୍ରଶାନ୍ତି ଯେବେ ମଖମଲ୍ଲୀ ପ୍ରୀତି

ସ୍ମୃତି ବି ଦୂର ପାହାଡ଼ର ଅଦେଖା ମଳୟ ଶ୍ରୁତି

କେବେ ଜିଅନ୍ତା ଅଙ୍ଗାରେ ଦରପୋଡା ମହମ ବତୀ

ମିଠା ଥାଏ ପୁଣି ଖଟାସ ଥାଏ ଦିନ ଯାଇଥାଏ ବିତି

 ଉଆଁସ ଅନ୍ଧାର ରାତି

ସ୍ମୃତି ସାରଣୀରେ ଅଦେଖା ଚଇତି ସ୍ପୁର୍ତ୍ତି

ବଞ୍ଚିବାର ମୋହ ମରିବାର ଇଛା

ମିଶାଣ ଫେଡ଼ାଣ ଗୁଣନ ହରଣ ନିତି

ସ୍ମୃତି କେବେ ସେଇ ଅପାଶୋରା ଗାଁର

ମୋହ ମାୟା ସ୍ନେହ ବନ୍ଧନ ପ୍ରୀତି ଓ ଗୀତି

ପୁଣି କେବେ ଜାଳେ

ଜଳାଇ ଜଳାଇ ପ୍ରଶସ୍ତ ଛାତି

ଅନେକ ଉଦାସ ହସର ଗନ୍ତାଘରେ

 ଜଳୁଥିବା ଉମ୍ହେଇ ନିଆଁର ତାତି

ସ୍ମୃତି ପୁଣି ଆଣେ କଅଁଳ ମନର

ଦରଦୀ ପ୍ରଶ୍ନର ଭୀତି

ହୃଦୟ ଭିତରେ ଗୁଣୁ ଗୁଣୁ ସ୍ଵରେ

ସ୍ମୃତି ଉଡେ ହୋଇ ଚିତ୍ରିତ ଡେଣା ପ୍ରଜାପତି ।


Rate this content
Log in

Similar oriya poem from Fantasy