Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Romance Classics Fantasy

3  

CHINMAYEE PRADHAN

Romance Classics Fantasy

ସମ୍ପର୍କଠୁ ବହୁତ ଦୂରେ

ସମ୍ପର୍କଠୁ ବହୁତ ଦୂରେ

1 min
178



କାହିଁକି ଆଜି ଯେତେ ଚେଷ୍ଟା କଲେ ବି ଫେରି ପାଏନାହିଁ

ସେଇ ପୂର୍ବ ପ୍ରତ୍ଯୟ?

କାହିଁକି କେଜାଣି ଆନ୍ଦୋଳିତ

ହେଇଯାଏ ରିକ୍ତ ମାନସ

ଥରିଉଠେ ଏ କାୟ?


ଥରେ ନୁହେଁ ଦୁଇ ଥର ନୁହେଁ

ବାରବାର ବାରବାର ତୁମେ ମୋତେ ଧୋକା ଦେଇଛ।

ସଂପର୍କର ଦ୍ୱାହି ଦେଇ ତୁମେ

ଖେଳିଛ ମୋ ଭାବନା ସହ

ବାଶ୍ ଖେଳି ହିଁ ଚାଲିଛ।


ଭାବିଥିଲି ସମ୍ପର୍କର ଅର୍ଥ

ବୁଝି ପାରିବ ତ ଦିନେ

ବୁଝିବ ନିଶ୍ଚେ ତାର ମାନେ।

ବାରମାସି ଚଢ଼େଇଟେ ପରି

ରଂଗ ବଦଳେଇ ତୁମେ

ଉଡୁଥିଲେ ଗହନବନେ।


ମୁଁ ତ ନିଜର ଅସ୍ତିତ୍ବ ହରେଇ

ମିଶି ଯାଇଥିଲି ତୁମ ସହ

ନଦୀ ସମୁଦ୍ରରେ ମିଶିଲା ପରି।

ହେଲେ ସେଇ ସମୁଦ୍ରର ଛାତିରେ 

କେତେ ଯେ ନଦୀ ଲୀନ ହେଇଛି 

ବିଶ୍ବାସ ପାରୁନି କାହିଁ କରି। 


ଭାବିଥିଲି ଗଢିବି ସଂସାର

ତୁମ ସଂଗେ ବାନ୍ଧି ସମ୍ପର୍କ ଡୋର 

ବିତିଯିବ ଜୀବନ ମୋର। 

ହେଲେ ନାହିଁ ସେଇ ଭରସା 

ନାହିଁ ବି ଆଉ ସେ ବିଶ୍ବାସ 

ଏବେ ତ ଆମେ ସମ୍ପର୍କଠୁ ବହୁତ ଦୂରେ।


 


Rate this content
Log in

Similar oriya poem from Romance