STORYMIRROR

Aishwarya Mishra

Tragedy

4  

Aishwarya Mishra

Tragedy

ସମୀକ୍ଷା ଅସ୍ମିତାର

ସମୀକ୍ଷା ଅସ୍ମିତାର

1 min
179


ପାଦେ ପାଦେ ପଦାଘାତ 

ସହୁଥିବା 

ସନ୍ତାପିତ ମନଟି  

ଆଜି କରି ଉଠୁଛି 

ବିଦ୍ରୋହ 


କହିବାକୁ ଚାହୁଁଛି ତୁମକୁ

ମୋ ମନ ଅଗଣାରୁ

ଫେରିଯାଅ ତୁମେ

ଆଉ ଆଗକୁ ଗୋଟେ ପାଦ ବି

ହୁଅ ନାହିଁ ଅଗ୍ରସର 


ବହୁତ ହୋଇଗଲା 

ତୁମ ପ୍ରେମ ଆଉ ପ୍ରତାରଣାର 

ସାପ- ସିଡ଼ି ଖେଳ

ବିଶ୍ଵାସ ଆଉ ଅବିଶ୍ଵାସର 

ଅନ୍ତହୀନ ମାୟାଜାଲ


ଏତେ ସବୁ କ୍ଷତ ଚିହ୍ନ

ଲୁଚି ଲୁଚି ନିଜର

ଅସ୍ତିତ୍ଵ ଜାହିର୍ କରିବାକୁ

ହେଲେଣି ସଜବାଜ 

ଆଉ ଲୁଚିବାର 

ଅବକାଶ ନାହିଁ

କି ଲୁଚେଇବାର ଅଭିଳାଷ 

ମଧ୍ୟ ନାହିଁ 


ସମାଜର ସବୁ ଲକ୍ଷ୍ମଣରେଖାକୁ

ତୁମ ଭରସାରେ

ଅତିକ୍ରମ କରିବା ପରେ

ଅତି ସହଜରେ

ତୁମେ ଦେଇପାରିଲ 

ପତିତାର ଆଖ୍ୟା


ସେହି ଆଖ୍ୟାକୁ 

ସଂପୂର୍ଣ୍ଣ ସମ୍ମାନ ସହ

ଗ୍ରହଣ ପୂର୍ବକ 

ମୁଁ କରୁଛି ଆଜି

ମୋ ଅସ୍ମିତାର ସମୀକ୍ଷା ।


Rate this content
Log in

Similar oriya poem from Tragedy