Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Action Inspirational Children

3  

DR PRASANTA KUMAR BISWAL

Action Inspirational Children

ସମାଜ ପାନ୍ଥଶାଳା

ସମାଜ ପାନ୍ଥଶାଳା

1 min
202


ଚାଳରୁ ଚୂଳ ଯାଏଁ

ନଖରୁ ଶିଖ,

ଭୂମିରୁ ଭୂମା ଯାଏଁ

ଚୌହଦୀରେ ପ୍ରଦୂଷଣ ,

ଶୋଷଣ,ପୀଡନ,

 ଖାଲି ଶୀତଳ ଦହନ।

     

     ସୁଖ ଆଜି ଅପହଞ୍ଚ ,

     ଶାନ୍ତି ମଧୁର ସ୍ବପ୍ନ ,

    ଧର୍ମ ଅବାସ୍ତବ, ମରିଚିକା,

    ସଦଭାବନା ଆଜି ଛଳନା,

    ତ୍ଯାଗ ସେବା ଦର୍ଶନ ଚିନ୍ତନ 

    ଆଜି ହେଉଛି ସୁନ୍ଦର ପ୍ରବଚନ। 

    ସ୍ନେହ, ପ୍ରେମ ଭଲପାଇବାରେ  

    ଲାଭ କ୍ଷତି ଅଙ୍କକଷାର ଗଣନ।


ଅଳସଭାଙ୍ଗେ ଭୋଗବାଦୀ ,

ତ୍ଯାଗର ଚେତନାରେ,

ବିଶ୍ବାସ ଆଜି ଅଣନିଶ୍ବାସୀ 

ବିଷ ଆଉ ବିଶ୍ବାସଘାତକତାର ବଳୟରେ

ସୁନୀତିର ଛାତିଉପରେ ଦୁର୍ନୀତି ବାନ୍ଧିଛି ବସା 

ଅର୍ଥ ନିଶା ମଦନିଶା ହେଲାଣି ଜୀବନବେଉଷା 

ଏଠି କାହାଭାଗ୍ଯେ ଯୁଟେନି ପଖାଳଭାତକୁ ଲୁଣ

କିଏ ଖାଏ ଏଠି ରୁଟିମାଉଁସ ସାଥେ ତିନିତିଅଣ

କାହାଭାଗ୍ଯେ ନମିଳେ ମୁଣ୍ଡଗୁଞିବାକୁ ଖଣ୍ଡିଏ ଘର

କିଏ ପୁଣି ଶୋଏ ପୋଳାପୋଳା ଟଙ୍କା ଗଦିର

  

 ସତ୍ଯକୁ ଘୋଡାଇ ମିଥ୍ଯା ପ୍ରଚାର କରୁଛି 

ସଦ୍ଭାବନାର ସଦଗୁଣ ଖୋଳପାରେ ଡୁବିଛି 

ମାନବବାଦର ମହାମନ୍ତ୍ର ସମାଧିନେଲାଣି

ଭୋଗବାଦୀର ଅକ୍ଟୋପାସୀୟ ପଞ୍ଝାରୁ         

 ତ୍ଯାଗ ମାଗୁଛି ମେଲାଣି

ଭୁଲି ପରମ ଧର୍ମ ଚରମ କର୍ମକୁ

ଆପଣେଇଛି ଷଢରୀପୁର ପଙ୍କିଳ ପ୍ରବୃତ୍ତିକୁ।

    

    ଏ ପ୍ରାକୃତିକ ସମ୍ପଦ, ବିଶ୍ବ ଚରାଚର

   ସ୍ରଷ୍ଟା,ଦ୍ରଷ୍ଟା,ବିଶ୍ବ ବିଧାତା ପରମେଶ୍ଵର 

     ଅଧିକାରୀ ସେ ,ନିୟନ୍ତ୍ରଣ ତାଙ୍କର 

     ସମାଜ ପାନ୍ଥଶାଳା କେବଳମାତ୍ର

    ଆଶ୍ରୟ, ଉପଭୋଗ,ସୁରକ୍ଷା ଦାୟିତ୍ବ ଆମର

    ମାଲିକାନା ବାଞ୍ଛା କରିଲେ ପରିହାର

     ମାନବଜୀବନ ହୋଇବସଫଳ 

    ସାର୍ଥକ ହେବ ଲକ୍ଷ୍ଯ ବିଭୁଙ୍କର।



Rate this content
Log in

Similar oriya poem from Action