STORYMIRROR

Yudhisthir Khamari

Action Classics

3  

Yudhisthir Khamari

Action Classics

ଅତୀତ କି ଫେରେ

ଅତୀତ କି ଫେରେ

1 min
210

ସମୟ ତ ପ୍ରବାହମାନ ଅବିରତ ଭାବରେ

ଗତି କେବେ ଓଲଟା ହୋଇ ପାରେ ନା

ବହିଯାଇ ଥିବା ପାଣି ଫେରେନା ପଛକୁ

ଯଦିଓ ସ୍ଥିର ଜଣା ପଡୁଥାଏ

ସମୟ କେବେ ଅତୀତ ହୋଇ ଆସେ ନା

କି ଭବିଷ୍ୟତ ହାତରେ ଧରା ଦିଏନା

ଆମର କେବଳ ଅଧିକାର ବର୍ତ୍ତମାନ ଉପରେ

ପ୍ରତିକ୍ଷଣର ସଦୁପଯୋଗ ହିଁ 

ସୁନ୍ଦର ଅତୀତ ର ସୃଷ୍ଟି 

ତତ୍ ସହିତ ସୁନ୍ଦର ଭବିଷ୍ୟତ କଲ୍ପନା ର ପୂର୍ତ୍ତି

ଅତୀତ ରେ ଯାହା ହଜିଯାଇଛି ତ ଫେରି ମିଳେନି

କି ଅପ୍ରାପ୍ତ ବି ପ୍ରାପ୍ତି ହୁଏନି

ଅତୀତ କୁ ଜାବୁଡି ଧରିବା ସମୟର ଅବକ୍ଷୟ 

ନିଜ ଗୋଡ଼ରେ କୁରାଢି ମାରିବା ପରି

ଅତୀତ ରୁ ଶିକ୍ଷା ଲାଭ ହିଁ ସମୃଦ୍ଧି

ଅତୀତ କୁ ଖୋଜିବା ଅବା ଅତୀତରେ ବୁଡି ରହିବା

ନିଜର ବର୍ତ୍ତମାନ ର ହିଁ ବିନଷ୍ଟ

ଆଉ ସମୟ ବିନଷ୍ଟ ରେ ଜୀବନ ନଷ୍ଟ

ଆଉ ସମୟ ବିନଷ୍ଟ ରେ ଜୀବନ ନଷ୍ଟ

ତା ମାନେ ଗୁତରୁତ୍ବ ନାହିଁ ବୋଲି ଅ

ଅତୀତ ଥିଲା ବୋଲି ତ ଆଜି ଆମେ

ଆମ ପୂର୍ବସୁରୀ ଙ୍କ ଉପସ୍ଥିତି ହିଁ

ସୁଚାଏ ଅତୀତ ର ଗାଥା

ଅତୀତ ରୁ ହିଁ ସୃଷ୍ଟ ସଂସ୍କୃତି ପରମ୍ପରା

ଅତୀତ ହିଁ ବଖାଣେ ଆମ ଗୈ।ରବର ଗାଥା

ହେଲେ ଫେରେ କି ସେଇ ଅତୀତ

ଯେତେ ସ୍ବଣ୍ଣିମ ହେଉ ପଛକେ

କେବଳ ଅତୀତର ସ୍ମୃତି ତି ହିଁ ହେଉ ପାଥେୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action