ଶୁଣିଯାଅ ଥରେ
ଶୁଣିଯାଅ ଥରେ
ହୃଦୟର ଡାକ ନୁହେଁ
ବିବେକର ପ୍ରାର୍ଥନା ଏହି
ଏଠି କେହି କାହାରି ନୁହେଁ
କା ପାଇଁ ମୁହଁ ଖୋଲେନା କେହି ।
କଥା କେବଳ ପ୍ରମାଣ କୁହେ
ସତ୍ୟ ନ୍ୟାୟ ସବୁ ବନ୍ଧା ହୋଇଯାଏ
ମିଥ୍ୟା କବଳୁ ବଞ୍ଚିବା ପାଇଁ
ସଂଗ୍ରାମ ସଦା ଚାଲି ରହିଥାଏ ।
ଚିତ୍କାର ଗର୍ଜନ ବୃଥା ଅଭିମାନ
କ୍ରୋଧ ଲୁହ ସବୁ ବୃଥା ହୋଇଥାଏ
ଶାସ୍ତି ଆଗରେ ସଭିଏଁ ସମାନ
ଏ ବାର୍ତ୍ତା ଜଗତ ଜାଣି ପାରିଥାଏ ।
ତଥାପି ମିକେନା ନ୍ୟାୟ ସର୍ବଦା
ନିର୍ଭୟା ହେଉ କି ନିଷ୍ପାପ୍ ପରୀ
କାମନା ଦାବାନଳେ ଦଗ୍ଧ ହୋଇ
ଯାଆନ୍ତି ବେଳେ ଜୀବନକୁ ହାରି ।
କି ଲାଭ କୁହ ତ ନ୍ୟାୟ ଦେଇ ପରେ
ଜୀବନ ମୃତ୍ୟୁ ସହ ମିଶିଗଲା ପରେ
ପାଉଁଶ କି ପୁଣି ହସିବ ଖେଳିବ
ନ୍ୟାୟାଧୀଶ ତୁମେ ଭାବିବଟି ଥରେ ।