STORYMIRROR

Bharatabandhu Biswal

Tragedy Action Inspirational

3  

Bharatabandhu Biswal

Tragedy Action Inspirational

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
128



ନିଷିଦ୍ଧ ଇଲାକା ଲାଗିଲେ ଫଳକ

ଭିତର ପ୍ରବେଶ ମନା

ଗୋପନୀୟ କାର୍ଯ୍ୟ ହୁଅଇ ବ୍ୟାହତ

ଲାଗିଥାଏ କଟକଣା ।

ଖଣି ଖାଦାନରେ ହୁଅଇ ବିସ୍ଫୋଟ

ନିଷିଦ୍ଧ ଆବାଗମନ

ପଥିକ ଜୀବନ ହୁଅଇ ସୁରକ୍ଷା

ହିତକର ବିଜ୍ଞାପନ ।

ସର୍ବଜନ ପାଇଁ ଏକତ୍ର ସର୍ବତ୍ର

ଗତାଗତ ନୁହେଁ ହିତ

ବୃହତ୍ତର ସ୍ବାର୍ଥ ନିଷ୍ପତ୍ତି ଗ୍ରହଣ

ହୋଇଥାଏ ପ୍ରଭାବିତ ।

ନିରୂପିତ ଥାଏ ମର୍ଯ୍ୟାଦାର ସୀମା

ଅନୁଚିତ ଉଲ୍ଲଙ୍ଘନ

ସୁସଭ୍ୟ ମଣିଷ ମାନିଚଳେ ସଦା

ନୀୟମ ବିଧି ବିଧାନ ।

ବଢେ ଦୂରାଚାର ହି°ସା ବଳାତ୍କାର

ନିର୍ଯାତନା ଧରଷଣ

ପାଷାଣ୍ଡ ମଣିଷ ମାନେ ନାହିଁ ସୀମା

ଆଚରେ ପଶୁ ସମାନ ।

କଠୋର ହୋଇଲେ ଆଇନ ଶୃଙ୍ଖଳା

ଦୋଷୀଙ୍କୁ ମିଳିଲେ ଦଣ୍ଡ

ମିଳିପାରିବନି ପ୍ରୋତ୍ସାହନ ଜମା

ହ୍ରାସ ହେବ ଅପରାଧ ।

ନାରୀଙ୍କ ମର୍ଯ୍ୟାଦା ଆଦର ସମ୍ମାନ

ପବିତ୍ରତା ସ°ରକ୍ଷଣେ

ସମାଜର ହୁଏ କଲ୍ୟାଣ ସାଧନ

ଉନ୍ମେଷେ ଗୁଣ ଉତ୍ତମେ ।

ହେଉ ସୁରକ୍ଷିତ ନାରୀଙ୍କ ସମ୍ମାନ

ମର୍ଯ୍ୟାଦା ବିପଦମୁକ୍ତ

ସ୍ୱଚ୍ଛନ୍ଦ ମଣନ୍ତୁ ସମାଜରେ ବ୍ୟକ୍ତି

ଆତଙ୍କର ହେଉ ଅନ୍ତ ।

   ------



Rate this content
Log in

Similar oriya poem from Tragedy