STORYMIRROR

Kabiratna Nutan Kumar Behera

Tragedy Action

3  

Kabiratna Nutan Kumar Behera

Tragedy Action

ଧୂଳି

ଧୂଳି

1 min
201

ଧୂଳି ଧୂଳି ଧୂଳି

ପଥର ଭାଙ୍ଗିଲେ ଧୂଳି

ମାଟି ତାଡିଲେ ଧୂଳି

ଚାରିଆଡ଼େ ଧୂଳି

ବାୟୁମଣ୍ଡଳରେ ଧୂଳି

ଧୂଳି ହିଁ ଧୂଳି

ଦୁନିଆଁ ଯାକ ଧୂଳି

ଧୂଳିର ପାହାଡ଼

ଭୂଇଁରୁ ମୁଣ୍ଡ ଟେକିଛି

ସାରା ଆକାଶ ଧୂଳି

ପବନରେ ଖେଳେ ଦୋଳି।

ଧୂଳି ଧୂଳି ଧୂଳି

ଘର ଓଳାଇଲେ ଧୂଳି

ଆସବାବପତ୍ର ପୋଛିଲେ ଧୂଳି

ଗାଡ଼ି ଗଡିଲେ ଧୂଳି

ଝାଡିଲେ ଧୂଳି

ଧୂଳିର ଝଡ଼ ହୁଏନା ସମ୍ଭାଳି

ଦେହରେ ପୋଷାକରେ ଭିଡ଼ି

କରେ ସବୁ ମଳି

ଧୂଳି ଧୂଳି ମିଳି ହୁଏ ମଳି 

ଏ ମଳି କରେ ମଇଳା

ସବୁ ଓଳି ଗଳି ଗହଳି

ଧୂଳି ଧୂଳି ଧୂଳି

ବତୁରିଲେ ଶିଉଳି

ଜମାଟ ବାନ୍ଧିଲେ ପଥର 

ହୁଏନା ତାକୁ ଟାଳି

ଜମିଲେ ହୁଏ ମାଟି ଗୋଡ଼ି

ଚଷିଲେ ତାଡ଼ି ଖୋଳି

ଫସଲ ହୁଏ ଭଳି କି ଭଳି

ପାଚି ପଚିଲେ ଧୂଳି

ପୋଡ଼ି ପାଉଁଶ ହେଲେ ଧୂଳି

ଧୂଳିରେ ଖେଳି ଖେଳି

ହୁଏ ଜଣେ ବାହୁବଳୀ 

କରେ ଯେତେ ଅଳି ଅର୍ଦ୍ଦଳି

ପରିଶେଷେ ପଡିଲେ ଟଳି

ସବୁ ପାଲଟି ଯାଏ ଧୂଳି।

ଧୂଳି ଧୂଳି ଧୂଳି

ଅଯଥା ବସିଲେ ଭାଳି

ମନ ହୁଏ ମଳି

କୋହରେ ସବୁ କୁହୁଳି 

ଯାଏ ଯେବେ ଜଳି 

ପାଲଟି ଯାଏ ଧୂଆଁ ଧୂଳି

ଆଶାର ଫୁଲ ଝାଉଁଳି

ଝଡ଼ି ପଡ଼େ ମଉଳି

ଜୀବନଟା ଧୂଳିର ଗହଳି

ମନରୁ ବାହାର କଲେ ଧୂଳି

ସୁରୁଖୁରୁରେ ହୁଏ ଚଳି

ଓଠରୁ ହସ ପଡ଼େ ଉଛୁଳି।

ଧୂଳି ଧୂଳି ଧୂଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy