STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ବନ୍ଧୁତା

ବନ୍ଧୁତା

1 min
132

ବନ୍ଧୁକୁ ଜାଣିବା ବାଟ

ସମାଜରେ ଗହନ ପାଠ

ପ୍ରେମ ଭାବେ ଆବିଳତା ନାହିଁ

ମୁଖରୁ ଚିହ୍ନା ଯାଏ ନାହିଁ ।


ତାହାର ନାହିଁ ଗରବ

ଥାଏ ସ୍ନେହର ଭାବ

ମନ ଅଟେ ନିର୍ମଳ

ହୃଦୟଟା ଅତୀବ ସରଳ

ସ୍ୱାର୍ଥର ନଥାଏ ସ୍ଥାନ

ନିଷ୍କପଟ ମନ ।


କର୍ତ୍ତବ୍ୟରେ ବନ୍ଧା

ସ୍ୱାର୍ଥ ରଜ୍ଜୁରେ ନୁହେଁ ଛନ୍ଦା

ନୁହେଁ ସ୍ୱାର୍ଥପର

ରଖେ ମହତ ବନ୍ଧୁର

ଦୁଃଖବେଳେ ଧାଇଁ ଆସେ

ସୁଖବେଳେ ହସେ,

ହୃଦୟରେ କମ୍ପନ ବି ଆସେ

ବନ୍ଧୁ ପାଇଁ ମନର ଦ୍ୱାର ଖୋଲା,

ହୃଦୟ ପାଇଁ ହୃଦୟ ବି ମେଲା

ସେ ସମ୍ପର୍କର ମୃତ୍ୟ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract