ବୁଝୁନ, ବୁଝିବ କେବେ
ବୁଝୁନ, ବୁଝିବ କେବେ
ସଙ୍କଟ ଆସିଛି ଅଚାନକ ଆସି ଥିବା
ମହାମାରୀରୁ
ରକ୍ଷା କର, ରକ୍ଷା କର ଆହେ ଜଗନ୍ନାଥ
ଏଇ ଧ୍ବଂସ ମୁଖରୁ ।୧।
ଏ ଜଗତେ, ସଭିଏଁ ଆମେରେ
ଧାଇଁଛେ ଧ୍ବଂସ ଆଡକୁ,
ସୁରକ୍ଷା ବଦଳେ ନଷ୍ଟ କରିଛେ ତ
ପ୍ରକୃତି ଦତ୍ତ ପରିଵେଶକୁ ।୨।
ଜୀବନହାନି ହୁଏ, ଏହା ନିଶ୍ଚିତ,
ହେଵା ଆମେ ଚିନ୍ତିତ, ବିବ୍ରତ,
ସଦା କିଙ୍ଗକର୍ତ୍ତବ୍ୟବିମୁଢ଼ ଓ ଅତି
ବ୍ୟତିବ୍ୟସ୍ତ ।୩।
ରେ ଚଗଲା ମନ, କର୍ତ୍ତବ୍ୟକୁ ଛାଡି
ପାଇଲ ଘୃଣା ଓ ତିରସ୍କାର
ନୁହେଁ କି, ଆଜି ହୁଏ ସବୁ ଯାହା,
ସବୁ ତୁମର ଯଥା ପୁରସ୍କାର ।୪।
ତଥାପି କରି ଚାଲିଛ, ସହରରୁ
ସହର ପ୍ରକୃତି ଉପରେ ଅତ୍ୟାଚାର
ଯେତେ ବୁଝେଇଲେ ବୁଝୁନ, ପ୍ରକୃତିର
ଧୃବ ସତ୍ୟତାର ତତ୍ତ୍ଵ ଓ ବିଚାର ।୫।