ସକୁଶଳେ ଆସ ଫେରି
ସକୁଶଳେ ଆସ ଫେରି
କେଉଁଦିନ ତୁମେ ଆସିଯିବ କାଳେ
ରହିଅଛି ତେଣୁ ଚାହିଁ ,
ତୁମ ଆଗମନେ ପ୍ରତୀକ୍ଷା ସରିବ
କୁହ ଆସିବ କି ନାହିଁ !!
କଥା ଦେଇଥିଲ ସଅଳ ଫେରିବ
ହୋଇଲାଣି ଏତେ ଡେରି ,
ଅନେକ ଯାତନା ଭୋଗିଲିଣି ମୁଁ ଯେ
ତୁମକୁ ପ୍ରତୀକ୍ଷା କରି ।
ଭରା ଯଉବନ ଢଳି ଆସିଲାଣି
ମିଳୁନି ତୁମର ଭେଟ ,
ଏଡ଼େ ବଡ଼ ଏଇ ଦୁନିଆରେ କେହ୍ନେ
ଏକା ମୁଁ ଚାଲିବି ବାଟ !
ଭରସାକୁ ମୋର ମିଟାଇ ଦିଅନା
ସକୁଶଳେ ଆସ ଫେରି ,
ଏତେ ଦିନର ଯା' ବିଚ୍ଛେଦ ଯନ୍ତ୍ରଣା
ମିଳନରେ ଯିବ ସରି ।।