ଅବୁଝା ମନ
ଅବୁଝା ମନ


ଅବୁଝା ମନକୁ ବୁଝାଇବ କିଏ
ଯେତେ ବୁଝାଇଲେ ବୁଝୁନାହିଁ ସିଏ।
ତୁମେ ତ ତାହାର ଅବ୍ୟକ୍ତ ର ଧାର
କିଆଁ କରୁଅଛ ଏ ମନକୁ ପର।
ତୁମ ସ୍ମୃତି ନେଇ ବାନ୍ଧିଛି ସେ ନୀଡ
ଭାଙ୍ଗିଦିଅ ନାହିଁ, ସ୍ନେହେ ତାକୁ ଗଢ।
ତୁମ ସ୍ନେହ ଆଉ ମମତା ର ଡୋରେ
ଚାଲଇ ତା ଚକ, ଘୁରେ ଧୀରେ, ଧୀରେ।
ତୁମ ପ୍ରୀତି ଧାରା ,ବହେ ଯେବେ ମନେ
ସେ ପ୍ରୀତି ପରଶ ଗୁଞ୍ଜରିତ କାନେ।
ପଲକେ, ପଲକେ, ପୁଲକିତ ସିଏ
ମନ ଉପବନ ଆହ୍ଲାଦିତ ହୁଏ।
ମନକୁ ବୁଝାଇ ପାରେନା ଆଉ ତ
ତୁମ ପ୍ରୀତି ପାଇଁ ସଦା ଜର୍ଜରିତ।
ଆନମନା ହୁଏ ଏ ମନ ପାଗଳ
ତୁମ ସ୍ମୃତି ନେଇ ସଦା ସେ ଚଞ୍ଚଳ।