STORYMIRROR

Karuna Sahu

Romance

3  

Karuna Sahu

Romance

ପ୍ରେମ ଓ ପ୍ରତିକ୍ଷା

ପ୍ରେମ ଓ ପ୍ରତିକ୍ଷା

1 min
171


ପ୍ରେମ ଏକ ଅମୂଲ୍ୟ ସମ୍ପଦ,

ଅଟେ ଶାନ୍ତି,ମୈତ୍ରୀର ପ୍ରତୀକ।

ଦୁଇ ପ୍ରାଣିର ହୃଦୟ ମିଳନ,

ଯେପରି ପ୍ରେମିକା ପ୍ରେମିକ।


ପ୍ରେମ ପରା ଏକ ଅତୁଟ ବନ୍ଧନ,

ଅଟେ ଖୁସି, ତୃପ୍ତି ଦାୟକ।

ଏହି ପାଇଁ ପରା ସମ୍ପର୍କଟା,

ଅଟେ ସୁଦୃଢ ପାରସ୍ପରିକ।


ପ୍ରେମ ଅଟେ ପରା ଶାସ୍ଵତ,

ନଯାଏ କେବେ ସରି।

ପ୍ରେମ ସହିତ ପ୍ରତିକ୍ଷା ଜଡ଼ିତ,

ରହନ୍ତି ଦୁହେଁ ଦୁହିଁଙ୍କୁ ଘେରି।


ପ୍ରତିକ୍ଷା ପରା ବଡ଼ ନିଷ୍ଠୁର,

ଦେଇଥାଏ ଭାରି କଷ୍ଟ।

 ମଦନ ଶର ଯେବେ ଭେଦିଲେ,

ତେବେ ମନ ହୁଏ ସନ୍ତୁଷ୍ଟ।।


ପ୍ରେମ ପାଇବା ପାଇଁ ପ୍ରତିକ୍ଷାଟା,

ନିହାତି ଅଟେ ଆବଶ୍ୟକ।

ଏହା ଯୋଗୁଁ ଦୁହେଁ ଜାଣିପାରିବେ,

ଉଭୟ ପ୍ରେମିକା ପ୍ରେମିକ।

 

ପ୍ରେମ ପାଇଁ ପରା ଏଜୀବ ଜଗତେ,

ରହିଛନ୍ତି ଉଦାହରଣ ସାଜି।

ବୃକ୍ଷ,ତରୁ,ତୃଣ, ମଣିଷମାନଙ୍କରେ,

ପ୍ରେମର ସ୍ପର୍ଶ ବାଜି।


 ଏପ୍ରେମେ ଇଶ୍ଵର,ଦେବତା, ଦାନବ,

ଯାଇଥାନ୍ତି ମଧ୍ୟ ପଡ଼ି।

ସେମାନେ ବି ଏ ପ୍ରତିକ୍ଷାରେ ,

ରହିଥାନ୍ତି କରି ଧାଡ଼ି।


 ପ୍ରେମମୟୀ ଏ ଧରାଧାମ ରେ,

ପ୍ରେମ ନକର ଅଭାବ।

ହିଂସା, କ୍ରୋଧ ତ୍ୟାଗି କାମ କଲେ,

ଜୀବନେ ଆନନ୍ଦ ପାଇବା ସମ୍ଭବ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance