STORYMIRROR

Karuna Sahu

Inspirational Others

4  

Karuna Sahu

Inspirational Others

ସମ୍ପର୍କର ନଦୀ

ସମ୍ପର୍କର ନଦୀ

1 min
165


ସମ୍ପର୍କର ନଦୀ କହୁଅଛି ଭାଇ

ଆସ ଆସ ପ୍ରିୟଜନ,

ଏ ମୋର ସ୍ରୋତରେ ମିଶି ଚାଲୁଥିବା

ରହି କି ଚୀରଦିନ।


ମୋ କୂଳ ପାଖକୁ ଆସ ଥରେ ଧାଇଁ

ଶୁଣ ବାରେ ମୋ ବଚନ,

ଭାବର ବନ୍ଧନେ ବାନ୍ଧି ରହିଥିବା

ଦେଖି ନୂଆ ସପନ।


ରାଗ, ରୋଷ,ମୋହ, ଅହଂକାର ତ୍ୟାଗୀ

ଥିବା ସମ୍ପର୍କର ଘରେ,

ପ୍ରିୟଜନ ସଙ୍ଗେ ମିଳାପ କରିବା

ସାହାଯ୍ୟକରୀ ସେ ବନ୍ଧୁ ସହୋଦରେ।


ଯେତେ ଶତ୍ରୁତା ଥିଲେ ବି ଭାଇ

ଯାଇ ସବୁ ପାସୋରି,

ମିତ୍ରତା ସ୍ଥାପନ କରିପାରିଲେ

ନ ହେଲା କାର୍ଯ୍ୟ ପାରିବା କରି।


ଅନାଇ ଦେଖ ସେ ବଡ଼ ଦେଉଳକୁ

କେଉଁ ଯୁଗୁ ଅଛନ୍ତି ଦୁଇ ଭାଇ,

ହସ ଖୁସିରେ ସଂସାର ଚଳାନ୍ତି

ହିଂସା, କ୍ରୋଧ ଭୁଲି ଯାଇ।


ଆସ ଆସ ସବେ ମଶି ରହିଥିବା

ଅତୀତର କଥା ଭୁଲି,

ସବୁ ଦୁଃଖ,କଷ୍ଟ ଦୁରେଇ ଯିବ

ରହିଥିବା ହସି ଖେଳି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational