STORYMIRROR

Karuna Sahu

Others

3  

Karuna Sahu

Others

ସମ୍ପର୍କର ନଦୀ

ସମ୍ପର୍କର ନଦୀ

1 min
166

ସମ୍ପର୍କର ନଦୀ କହୁଅଛି ଭାଇ

ଆସ ଆସ ପ୍ରିୟଜନ,

ଏ ମୋର ସ୍ରୋତରେ ମିଶି ଚାଲୁଥିବା

ରହିକି ଚୀରଦିନ।


ମୋ କୂଳ ପାଖକୁ ଆସ ଥରେ ଧାଇଁ

ଶୁଣ ବାରେ ମୋ ବଚନ,

ଭାବର ବନ୍ଧନେ ବାନ୍ଧି ରହିଥିବା

ଦେଖି ନୂଆ ସପନ।


ରାଗ, ରୋଷ,ମୋହ, ଅହଂକାର ତ୍ୟାଗି

ଥିବା ସମ୍ପର୍କର ଘରେ,

ପ୍ରିୟଜନ ସଙ୍ଗେ ମିଳାପ କରିବା

ସାହାଯ୍ୟ କରି ସେ ବନ୍ଧୁ ସହୋଦରେ।


ଅନାଇ ଦେଖ ସେ ବଡ଼ ଦେଉଳକୁ

କେଉଁ ଯୁଗୁ ଅଛନ୍ତି ଦୁଇ ଭାଇ,

ହସ ,ଖୁସିରେ ସଂସାର ଚଳାନ୍ତି

ହିଂସା, କ୍ରୋଧ ଭୁଲି ଯାଇ।


ଆସ ଆସ ସବେ ମଶି ରହିଥିବା

ଅତୀତର କଥା ଭୁଲି

ସବୁ ଦୁଃଖ,କଷ୍ଟ ଦୁରେଇ ଯିବ

ରହିଥିବା ହସି ଖେଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍