STORYMIRROR

Karuna Sahu

Children

3  

Karuna Sahu

Children

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
232


ଦଶମାସ ଧରି କତେ କଷ୍ଟ ପାଇ ,

 କଲା ମତେ ଜନମ।

ସେନେହ ମମତା ସଦା ଭରି ଦେଇ,

ଶିଖାଏ କରିବାକୁ ଧରମ।

ମୃଦୁ ‌ହସିକି ରଖେ ପ୍ରେମ ମନୋଭାବ,

ମୋ ମାଆ ପରି କିଏ ହବ, ମୋ ମାଆ ପରି କିଏ ହବ।।


ନିଜେ ନ ଖାଇକି ମତେ ଖୁଆଏ,

ଭୋକ ଉପାସେ ରହି।

ମତେ ଶୁଆଇ ନିଜେ ଶୁଏ,

ନାନା ଗୀତ, ଗପ କହି।

ଘରେ ନଥିଲେ ବାଟ ସେ ଚାହିଁ ରହିଥିବ,

ମୋ ମାଆ ପରି କିଏ ହବ,ମୋ ମାଆ ପରି କିଏ ହବ।।


ମାଆ ଅଟେ ମୋ ପ୍ରଥମ ଗୁରୁ,

ଅଟେ ଶିକ୍ଷାର ଧାମ,

ତା ପଣତଟା ଅଟେ ସୁରକ୍ଷା କବଚ,

ହାରିଯିବ ଆସିଲେ ବି ସୁନାମ।

ଧରଣୀ ପରି ସବୁ ସହି ଦେଖୁଥିବ,

ମୋ ମାଆ ପରି କିଏ ହବ, ମୋ ମାଆ ପରି କିଏ ହବ।।


ମାଆ ନାମ ପରା ସାସ୍ଵତ,

ଏହି ଧରା ପୃଷ୍ଠରେ।

ତାର ଆଶିଷ, ସେନେହ,

ସଦା ଥାଏ ମୋ ଉପରେ।

ମୋର ସବୁ କାମେ ହାତ ରଖିଥିବ,

ମୋ ମାଆ ପରି କିଏ ହବ,ମୋ ମାଆ ପରି କିଏ ହବ।।


ମାଆ ମୋର ଅଟେ ଜୀବନ୍ତ ଭଗବତୀ,

ମୋର ଦୁଃଖ ହାରେ ମହିଷାମର୍ଦ୍ଦିନୀ ହୋଇ।

ତାକୁ ଲେଖାରେ ବର୍ଣ୍ଣିବାଟା,

ଏ ଲେଖନୀରେ ଶକତି କାହିଁ?

 ତା ପାଦ ପଦ୍ମେ କରେ ବିନତୀ ସଦା ମୋ ପାଖେ ଥିବ,

ମୋ ମାଆ ପରି କିଏ ହବ,ମୋ ମାଆ ପରି କିଏ ହବ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children