STORYMIRROR

Karuna Sahu

Others

3  

Karuna Sahu

Others

ତ୍ରିରଙ୍ଗା ଗାଉଛି

ତ୍ରିରଙ୍ଗା ଗାଉଛି

1 min
200


ଏଇ ଦେଖ ପବନ ବେଗରେ ତ୍ରିରଙ୍ଗା କେମିତି

ସଙ୍ଗୀତମୟ କରୁଛି ସାରା ଭାରତ ବର୍ଷକୁ

ତା ମିଠା ସ୍ବରରେ ଗାଉଛି 

ତା ମଧ୍ୟେ ଥିବା ଆମ ଭାରତ ଦେଶର ଗୁଣ, ମହିମା।।


ଭକ୍ତିରେ ଗାଉଛି 

ପୂଣ୍ୟ ଭାରତ ଭୂମିରେ ଅବତାର ନେଇଥିବା

ଶ୍ରୀରାମ , ଶ୍ରୀକୃଷ୍ଣଙ୍କ, ଋଷି ମୁନିଙ୍କ ଗୁଣ, ଜ୍ଞାନକୁ

ସୀତା, ସାବିତ୍ରୀ,ଅନୁସୟାଙ୍କର ସତୀତ୍ଵ ଓ

ଗଙ୍ଗା, ଯମୁନା ନଦୀର ପବିତ୍ରତାକୁ।।


ଖୁସିରେ ଗାଉଛି

କାଶ୍ମୀର ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 

ସୌନ୍ଦର୍ଯ୍ୟରେ ବିମଣ୍ଡିତ ଚାରୁ ଶୋଭା ରାଶିକୁ

ବରଫାବୃତ ହିମାଳୟର ଉଚ୍ଚତା , ସବୁଜ ବର୍ଣ୍ଣର ଚାଷ ଜମି

ଅଗାଧ ସମୁଦ୍ରର ଜଳଭଣ୍ଡାରକୁ।।


ଉତ୍ସାହରେ ଗାଉଛି 

ଏଇ ଦେଶର ସ୍ବାଧିନତା ପାଇଁ ସଂଗ୍ରାମ କରିଥିବା

ସ୍ବାଧୀନତା ସଂଗ୍ରାମୀର ଅକ୍ଲାନ୍ତ ପରିଶ୍ରମ ଓ ବୀରତ୍ବକୁ।।


ଶୋକାତୁର ହୋଇ ଗାଉଛି 

ଦେଶ ପାଇଁ ଦେଇଥିବା ଓ ଦେଉଥିବା 

ସୈନିକର ବଳିଦାନକୁ

ବୁଢ଼ୀ ମାଆର ନିର୍ଝରଣୀ ପରି ଝରୁଥିବା ନୀର

ନୂଆ ବିବାହିତା ମହିଳାର ପୋଛୁଥିବା ସିନ୍ଦୂର

ଭାଙ୍ଗୁଥିବା ଶଙ୍ଖାର ଦୃଶ୍ୟକୁ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍