STORYMIRROR

Karuna Sahu

Others

3  

Karuna Sahu

Others

ମମତାମୟୀ ଜନନୀ

ମମତାମୟୀ ଜନନୀ

1 min
203


ଜନମଦାତ୍ରୀ ମମତାମୟୀ,

ସେ ଅଟେ ଆମ ମାଆ।

ଦଶମାସ ଗରଭେ ଧରି,

ଧରା ପୃଷ୍ଠେ କଲା ଠିଆ।।


ଜନମ ଦେଇ ନ କରେ ଭେଦ,

ଯେତେ ଥିଲେ ବି ତା ଛୁଆ।

ଯେପରି ସୂରୁଜ, ଯେପରି ପାଣି,

ଯେପରି ମଧୁର ବାଆ।।


ମାଆ ଅଟେ ପରା ପ୍ରଥମ ଗୁରୁ,

ଶିକ୍ଷିତ କରାଇବାର ରାହା।

କଣ୍ଟକ ପଥକୁ ପୁଷ୍ପେ ଭରିଦିଏ,

ଦୁଃଖେ ସଦା ହୁଏ ସାହା।।


ନିଜେ ନ ଖାଏକି ଆମକୁ ଖୁଆଏ,

ସେଥିରେ ସେ ପାଏ ଖୁସି।

ହାତ ଧରି କି ଚାଳିବା ଶିଖାଏ,

ଯେପରି ଗୁରୁ କୂଳେ ମୁନି ଋଷି।।


ଆମକୁ କରି ନୟନର ତାରା,

ଯାଏ ସବୁ ଦୁଃଖ, କଷ୍ଟ ପାଶୋରି।

ଆମ ପାଇଁ ସଦା ପରା,

ସେନେହ, ମମତା କରାଏ ବାରି।।


ସନ୍ତାନ ଉନ୍ନତି ଦିଗେ‌ ଅଟଇ ଶକତି,

ସଫଳ ପାଇଁ ପୂଜା କରେ ବସି।

ଯେପରି ହଳ,ଲଙ୍ଗଳ,ବିହନ,

ସହାୟକ ହୁଏ ଉତ୍ପାଦନରେ ଚାଷୀ।।


ମମତାମୟୀର ଜନନୀର ପ୍ରେମ ଅପାର,

ତା ପ୍ରେମ ଅଟେ ବାସ୍ତବ।

ତା ପ୍ରେମ ପାଇଁ କେତେ ଦେବାଦେବୀ,

ଜନ୍ମନ୍ତି ହୋଇ ମାନବ।।


ମାଆ ଅଟେ ଅନ୍ୟ ଏକ ଜୀବନ୍ତ ଭଗବତୀ,

ଦୁଃଖ ଖଣ୍ଡେ ଯେପରି ମହିସା ମର୍ଦ୍ଧିନୀ ହୋଇ।

ତାର ପାଦ ପଦ୍ମକୁ ସେବା କରୁଥିବି,

ଖୁସି ହେବି ତାର ସେନେହ ପ୍ରସାଦ ପାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍