STORYMIRROR

Karuna Sahu

Others

4  

Karuna Sahu

Others

ଜହ୍ନ

ଜହ୍ନ

1 min
316


ନିର୍ମଳ ସରଦେ ତାରକାର ମଧ୍ୟେ

ତୁମେ ଜହ୍ନ କର ବାସ,

ରୂପ ଯଉବନ ଶୀତଳ କିରଣ

ତିମିରକୁ କରେ ନାଶ।


ମେଘମାଳା ତୁମ ତନୁକୁ ଚୁମ୍ବନ୍ତି

ହୃଦେ ଆଲିଙ୍ଗନ କରି,

ଗହନ କାନନ କୁସୁମିତ ବନ

ରୋମାଞ୍ଚରେ ବିଭାବରୀ।


ପୋଖରୀ ଗରଭେ ଉହ୍ଲସିତ ଭାବେ

ଫୁଟିଉଠେ କୁମୁଦିନୀ,

ତୁମ ପ୍ରେମ ପାଇଁ ବ୍ୟାକୁଳ ଅଟଇ

ତୁମ ପ୍ରାଣର ସଙ୍ଗିନୀ।


କେବେ ହୁଅ ତୁମେ ବାଙ୍କାଦାଆ ପରି

କେବେ ଗୋଲାକାର ବେଶ,

ପୂର୍ଣ୍ଣିମା ଦିନରେ ଢାଳିଦିଅ ତୁମେ

ପ୍ରୀତିର ଅମୃତ ରସ।


ସକଳେ ଡାକନ୍ତି ଜହ୍ନମାମୁଁ ବୋଲି

ଜଗତରେ ପରିଚିତ,

ମାଆର ବି ମାମୁଁ ଛୁଆ ଡାକେ ମାମୁଁ  

ମାଁ ଧରଣୀର କି ଭ୍ରାତ ।


କେଡେ ଶୋଭାବନ ଦିଶଇ ଧରଣୀ

ତୁମର ଉପସ୍ଥିତିରେ,

କୁମାର ପୂର୍ଣ୍ଣିମେ କୁଆଁରୀ କନିଆଁ

ପୂଜାକରେ ଆନନ୍ଦରେ।


ତୁମ ଆଳୋକରେ ପ୍ରଭେଦ ନୁହଁଇ

ଅଭେଦ ତୁମର ପ୍ରୀତି,

କବି ଲେଖେ କବିତା ଆନନ୍ଦ ମନେ

ପୂର୍ଣ୍ଣିମାର ଜହ୍ନ ରାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍