STORYMIRROR

Karuna Sahu

Abstract Inspirational Others

3  

Karuna Sahu

Abstract Inspirational Others

ଦୁହିତା ଦୁଇ କୂଳର ହିତା

ଦୁହିତା ଦୁଇ କୂଳର ହିତା

1 min
144

ଗୋଟିଏ କୂଳରେ ପିତାର ହିତା ଥିବାବେଳେ

ଅନ୍ୟ କୂଳରେ ସ୍ଵାମୀର ହିତା

ସମାଜର କଲ୍ୟାଣ ଅର୍ଜିତା

ଦୁହିତା ଦୁଇ କୂଳର ହିତା।


ପିତାର ଘରେ ବୀରଝିଅ ପରି

ଶାଶୂଘରେ ସତୀଦେବୀ ସୀତା

ସେ ଗୁଣମୟୀ ଦୁହିତା

ଦୁହିତା ଦୁଇ କୂଳର ହିତା।


ନାରୀ ନଅଟେ ଅବହେଳିତା

ଯୁଦ୍ଧକରେ ଟେକିମଥା

ରାଣୀ ଲକ୍ଷ୍ମୀବାଇର ବୀରଗାଥା

ଦୁହିତା ଦୁଇ କୂଳର ହିତା।


ତା ପ୍ରକୃତି ଶହନଶୀଳତା

ସେ ମମତାମୟୀ ମାତା

ବାନ୍ଧି ତା ଅତୁଟ ସେନେହର ସୂତା

ଦୁହିତା ଦୁଇ କୂଳର ହିତା।


ସେ ଅଟଇ ଧନ, ଜ୍ଞାନରେ ପୂର୍ଣ୍ଣିତା

ଯେପରି ଲକ୍ଷ୍ମୀ, ସରସ୍ଵତୀ ମାତା

ଗାଇଲା ଭାଗବତ, ଗୀତା

ଦୁହିତା ଦୁଇ କୂଳର ହିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract