STORYMIRROR

Titu Sahu

Romance

3  

Titu Sahu

Romance

ହସରୁ ଆରମ୍ଭ ହୁଏ ପ୍ରେମ

ହସରୁ ଆରମ୍ଭ ହୁଏ ପ୍ରେମ

1 min
245

  ନଦୀକୁ ଯେବେ ଜହ୍ନ ଦେଖିଲା

  ଖିଲି ଖିଲି ସେ ହସିଲା

  ଧାରା ରାଣୀ ହସେ

  ଋତୁ ରାଜା ବସନ୍ତ ଯେବେ ଆସେ

  ଏମିତି କାଁହିକି ହୁଏ ବୁଝି ପାରେ ମନ

  ହସରୁ ଆରମ୍ଭ ହୁଏ ପ୍ରେମ.....।


   ଆଖି ସାଥେ ଆଖି ଯେବେ ମିସେ

   ପ୍ରଥମେ ହସ ଆସେ

   ମନ ସାଥେ ମନ ମିଶିଲା ପରେ

   ଦେଖା ହେଲେ ଓଠରେ ମହୁ ଝରେ

   ପ୍ରେମର ଏଇଟା ନିମୟ

   ହସରୁ ଆରମ୍ଭ ହୁଏ ପ୍ରେମ......।


   ନଦୀ କହିଲା ଭଲ ପାଏ ତତେ

   ପ୍ରଥମ ଥର ଯେବେ ଦେଖିଲି ତତେ

   ଋତୁ ରାଜା ବସନ୍ତ କୁହେ ଚୋରି ହେଲା ମନ ମୋର

   ଦେଖା ହେଲା ଯେବେ ତୁମ ସାଥେ ପ୍ରଥମ ଥର

   ଭଲ ପାଇବା ହୃଦୟରେ ନିଏ ଜନମ

   ହସରୁ ଆରମ୍ଭ ହୁଏ ପ୍ରେମ......।


   ନଦୀ କହେ ହାତ ଠାରି ଚାଲି ଆ

   ମୁଁ ତୋର ପ୍ରଥମ ଭଲ ପାଇବା

   ବସନ୍ତ ଲେଖେ ଧାରାକୁ ଚିଠି

   ହେବ ପାଇଁ ଏକାଠି

   ଦୁଇ ଅଜଣା ମନ ହୁଏ ନିକଟତମ

   ହସରୁ ଆରମ୍ଭ ହୁଏ ପ୍ରେମ......।

  


Rate this content
Log in

Similar oriya poem from Romance