STORYMIRROR

Titu Sahu

Classics

2  

Titu Sahu

Classics

ସମୁଦ୍ର ତୀରେ

ସମୁଦ୍ର ତୀରେ

1 min
59

ନୀଳ ସାଗର ତୋର ଅସୀମ ଢ଼େଉ

ମନ ସାଗର ରେ ପ୍ରିୟା ତୁମ ସ୍ମୃତି ରେ

ହଜାଇ ଦେଇଛି ମୁଁ ନିଜକୁ ଭଲ ପାଉ ପାଉ।


ବାଲୁକା ରାଶି ରେ ଅଗଣିତ ପଦ ଚି଼ହ୍ନ

ମନ କୁ କରେ ଉଲ୍ଲସିତ

ପ୍ରିୟା ତୁମକୁ କରିବାକୁ ଅନୁସରଣ।


ସମୁଦ୍ର ଦେଖି ତୋର କରାଳ ରୂପ

ଅତୀତ ସ୍ମୃତି ମନେ ପଡେ ଅଳ୍ପ ଅଳ୍ପ

ପ୍ରିୟା ହୃଦୟେ ସୃଷ୍ଟି ହୁଏ ଭୟ ର ଭୁକମ୍ପ।


ସମୁଦ୍ର ବୁକୁ ରେ ଦେଖି ଭାସମାନ ବୋଇତ

କ୍ଷଣକ ପାଇଁ ହୁଏ ଚିନ୍ତିତ

ସମୁଦ୍ର ତରଙ୍ଗ ଦେଖି ହୁଏ ଭୟଭୀତ।


ସର୍ବରୀ ର ହେଉଥିଲେ ଆଗମନ

ସମୁଦ୍ର ହୁଏ ଉନ୍ମାଦନ

ମନ ରେ ଆଙ୍କୁ ଥାଏ ଭୟ ର ଚି଼ହ୍ନ।


ଡାକୁଛି ମତେ ହାତ ଠାରି ଏ ସମୟ

ଇଚ୍ଛା ହେଉନି ତୋ ଠାରୁ ନେବାକୁ ବିଦାୟ

ଦୁଃଖ ରେ ଭାଙ୍ଗି ପଡୁଛି ହୃଦୟ।


ମନ କୁହେ ପ୍ରିୟା ସାଥେ ରହିବାକୁ ତୋ ତୀରେ

ଗଢି ଏକ ପ୍ରେମ ଘର

ଭିଜାଇ ଦିଅନ୍ତି ପ୍ରେମ ସଂଗୀତ ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics