STORYMIRROR

Titu Sahu

Others

3  

Titu Sahu

Others

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

1 min
259


 ଗୋଡି ମାଟି ର ରାସ୍ତା ସେହି ଗାଁ ମୁଣ୍ଡେ

  ଛିଡା ହୋଇଛି ହୋଇ କାଠ ଖଣ୍ଡେ

  ଆଉ ନାହିଁ ଫୁଲ ଫଳ ପତ୍ର

  ହଜି ଯାଇଛି ସେ ସୁନ୍ଦର ଚିତ୍ର

  ଜୀବନ ଲାଗେ ମିଛ

  ମୁଁ ଥୁଣ୍ଟା ବରଗଛ ।।


  କେତେ କାଉ ବଣି ପାର

  ହୋଇଥିଲେ ମୋ ସାହାରା

  ସବୁବେଳେ ଲାଗୁଚି ଏକା ଏକା

  ଆଜି ସଭିଁ ଇଏ କରନ୍ତି ଅଦେଖା

  ଭାବନ୍ତି ସଭିଁଏ ତୁଚ୍ଛ

  ମୂଁ ଥୁଣ୍ଟା ବରଗଛ ।।


  ଖରାବେଳେ ବାଟୋଇ ଦେଲେ

  ବସୁଥିଲେ ମୋହରି ମୂଳେ

  ଛୋଟ ଛୋଟ ପିଲା ମାନେ

  ଗୁଡ଼ି ବନାନ୍ତି ମୋ ପାଖେ ପ୍ରତିଦିନେ

  ଆଜି ସଭିଏଁ କରନ୍ତି ପଛ

  ମୁଁ ଥୁଣ୍ଟା ବରଗଛ ।।


   ଦେଇଛି ମୁଁ କାଠ ଫୁଲ ଛାଇଁ

   ଜୀବଜଗତ କୁ ବଞ୍ଚି ବା ପାଇଁ

   ଆଜି ମୁଁ ହୋଇଛି ଅସମର୍ଥ

   ଦେବାପାଇଁ ସେ ସବୁ ପଦାର୍ଥ

   ପରିବେଶ କୁ ମୁ ରଖିଛି ସ୍ୱଚ୍ଛ

   ମୁଁ ଥୁଣ୍ଟା ବରଗଛ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍