STORYMIRROR

Titu Sahu

Others

3  

Titu Sahu

Others

ଗୋଲାପି ଓଠ

ଗୋଲାପି ଓଠ

1 min
209

    ଦିନ ପରେ ଦିନ ଚାଲି ଗଲା କେତେ ମାସ

    ମନ ହଜେଇ ପାରିଲାନି ହସ

    ଆଜି ବି ମନ ରାଇଜକୁ ଆସେ ଭାସି

    କ୍ଲାନ୍ତିରେ ଯେବେ ଥାଏ ବସି

    ପଢାଇ ଦିଏ ପ୍ରେମ ପାଠ

    ସେ ଗୋଲାପି ଓଠ...


    ସବୁ ରଙ୍ଗ ଫିକା ଏ ମନ ଆକାଶେ

    ତୋ ହସର ରଙ୍ଗ ପାସେ

    ଧୀରେ ଧୀରେ ମନ ଆକାଶ ହୁଏ ରଙ୍ଗିଲା

    ଯେତେବେଳେ ମନ ଆକାଶରେ ରଚିଲା

    ଭୁଲିଯିବା ଲାଗେ କଷ୍ଟ

    ସେ ଗୋଲାପି ଓଠ...


    ଚାଲୁ ଥିଲି କିଛି ଲକ୍ଷ୍ୟ ନେଇ

    ପାଇବା ସ୍ୱପ୍ନ ଥିଲା ସବୁ ହଜେଇ

    ହସ କରି ଦେଲା ଆଜି ବାଟବଣା

    ଚାଲୁଥିଲା ବାଟ ଆଜି ଲାଗେ ପୁରୁଣା

    ଦେଖେଇ ଦେଲା ମତେ ପ୍ରେମ ବାଟ

    ସେ ଗୋଲାପି ଓଠ...

     


     


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍