ସ୍ମୃତିରେ ଶରତ
ସ୍ମୃତିରେ ଶରତ
ଭୁଲି ଯାଇଥିଲି ଭୋଦୁଅର କଥା
ବର୍ଷା ସହ ହୋଇ ବାଇ
ଗୋଟାପଣେ ଯେବେ ଭିଜିଗଲା ଦେହ
ସେ କହିଲା ନାହିଁ ନାହିଁ I
ଭାସି ଉଠୁଥିଲା ଆଖିଆଗେ କେତେ
ସ୍ମୃତିର କାଗଜ ଫୁଲ
ସଂପର୍କର ମୂଲ ମାଗିବା ଆଗରୁ
କରିଦେଲା ମୋତେ ପର I
ଅଳସୀ ନଈର ଅଳସ ତୁଠରେ
ପଥର ହୋଇଲା ଦେହ
ଦେହ ଦେଉଳର ପୁଜାରୀ ସାଜିଲି
ତୁଟାଇ ସଂସାର ମୋହ I
ଅଶରୀରି ହେଲା ଶାରଦୀୟ ରାତି
ହଜିଲା ଫୁଲର ଣିରୀ
ଖୋଲିଗଲା ଯେବେ ପ୍ରୀତିର ମହଲ
କଥା କହୁଥିଲା ଶାରୀ ।

