STORYMIRROR

Debadatta Jena

Abstract Romance Others

3  

Debadatta Jena

Abstract Romance Others

ସେତୁ

ସେତୁ

1 min
301

ବିଲକୁଲ ଵି ସହଜ

ନ ଥିଲା..

ଆମ ଭିତରେ ଗଢ଼ି ଉଠୁଥିବା

ଏ ଶବ୍ଦ ସମୂହ ସବୁକୁ

ଏତେ ସହଜରେ ଯୋଡିବା,

କିଂତୁ ଯେବେ ନିଃଶବ୍ଦରେ..

ପ୍ରତିଶବ୍ଦଟେ ଯୋଡି ହେଲା,

ଅସହଜ ଶବ୍ଦ ମାନେ

ଏକାନ୍ତରେ ସେତୁ ବନ୍ଧ ଯେ 

ନିଃସଂକୋଚେ ବାନ୍ଧି ଦେଲା..!

ଅନେକ ଶବ୍ଦ ଥିଲା,

ହେଲେ ଅର୍ଥ ନ ଥିଲା,

ଅର୍ଥ ହୀନ ଶବ୍ଦ,ନୀରବ ନିସ୍ତବ୍ଦ,

ନିଃଶବ୍ଦେ ମୌନେ,ନୀରବେ

ନିମଗ୍ନେ,ଏ ଶବ୍ଦ ଆକାଶରେ

ଶବ୍ଦ ସୃଜନୀ ସେ ସାଜିଗଲା,

ଏବେ ଶବ୍ଦରେ ସନ୍ଧି,

ଅର୍ଥରେ ସୃଷ୍ଟି ମିଶି,ନିଃସନ୍ଦେହ

ଜୀବନର ଅର୍ଥ ପାଲଟିଲା,

ବାକ୍ୟରେ ଵାକ୍ୟାଂଶ,

ଶବ୍ଦରେ ଶବ୍ଦାଂଶ,

ଅର୍ଥରେ ଏକାର୍ଥ ବୋଧକତା 

ଏକାତ୍ମ ବ୍ୟୁତ୍ପତି,ଉଦ୍ଧୃତାଂଶ ମାନ 

ସମ୍ପର୍କର ସେତୁ ସମୁଦ୍ର ଯେ 

ଅତି ସନ୍ତର୍ପଣେ ସାଜି ଗଲା..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract